ଟିଟିଲାଗଡ/ବଲାଙ୍ଗିର,୫/୪ : ବଲାଙ୍ଗିରର ସାମାଜିକ ସଂସ୍ଥା ଜେସିଆ ବଲାଙ୍ଗିର ସିଟି ତରଫରୁ ଏକ ରକ୍ତଦାନ ଶିବିରବିର ଅନୁଷ୍ଠିତ ହୋଇ ଯାଇଛି । ଡାକ୍ତର ସନ୍ଧ୍ୟା ରାଣୀ ସାହୁଙ୍କ ଅନୁରୋଧ କ୍ରମେ ଏହି ଶିବିର ଆୟୋଜିତ ହୋଇଥିଲା। ଭୟାଭୟ କୋଭିଡ୍-୧୯ କାରଣରୁ ୧୫-୨୦ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ ରଖିଥିବାରୁ ଡକ୍ଟର ସାହୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ତେଣୁ କରି ୨୧ ୟୁନିଟ ରକ୍ତ ସଂଗ୍ରହ କରି ଶିବିରକୁ ସମାପ୍ତ କରାଯାଇଥିଲା। ଜେସିଆ ବଲାଙ୍ଗିର ସିଟି ର ଅଧ୍ୟକ୍ଷା ଜେସି ପିଙ୍କି ମୋଦିଙ୍କ ନେତୃତ୍ୱରେ ଅୟୋଜିତ ଏହି ଶିବିର ରେ ୫ ଜଣ ମହିଳାଙ୍କ ସମେତ ୨୧ ଜଣ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ। ଡକ୍ଟର ସୋନମ ଅଗ୍ରୱାଲ, ଶଙ୍କର ଜୁଏଡ୍, ଆର୍ତ୍ତତ୍ରାଣ ପାଢୀ, ପିୟୁସ ଅଗ୍ରୱାଲ, ପରେସ୍ ଅଗ୍ରୱାଲ, ସନ୍ତୋଷ ଲାଲ୍, ଅନୁରାଗ ଅଗ୍ରୱାଲ, ଅକ୍ଷୟ ଭମର, ସୁଶାନ୍ତ ପାତ୍ର, ଲକ୍ଷି ପାତ୍ର, ଦୀପକ ଚପାଡିଆ, ରୀନା ଅଗ୍ରୱାଲ, ମୀନା ଅଗ୍ରୱାଲ, ଭପେସ୍ ଅଗ୍ରୱାଲ, ଶିବନାରାୟମ ପୁଟେଲ, ମନୋଜ ଅଗ୍ରୱାଲ, ଲିଳାମୟ ସାହୁ, ରାକେଶ କୁମାର ମିଶ୍ର, ସୁନିଲ୍ କୁମାର ନାୟକ, ଶୈଳେନ୍ଦ୍ର କୁମାର ଅଗ୍ରୱାଲ ଏବଂ ମୁକୁନ୍ଦ ଭୋଇ ପ୍ରମୁଖ ରକ୍ତ ଦାନ କରିଥିଲେ। ଏହି ଶିବିରରେ ବଲାଙ୍ଗିରର ବିଶିଷ୍ଟ ସମାଜସେବୀ ଏବଂ ନାଗରିକ କମିଟି ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ କେଡ଼ିଆଙ୍କ ବିଶେଷ ସହଯୋଗ ରହିଥିଲା। ରକ୍ତ ଭଣ୍ଡାରର ଡାକ୍ତର ସନ୍ଧ୍ୟାରାଣୀ ସାହୁ , ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଆବ୍ଦୁଲ୍ ଅସରଫ୍, ନିରୁପମା ଜାଲ୍, ସୁଶିଲ ସୁନା, ଅଶୋକ କୁମାର ଧଳ, ନରେସ୍ ମିଶ୍ର, ଜ୍ୟୋତିର୍ମୟୀ ନାୟକ ଏବଂ ଜେସିଆଇ ବଲାଙ୍ଗୀର ସିଟିର ଆବିନାଶ ଅଗ୍ରୱାଲ, ରାମତର ଅବଦାନ ଅଗ୍ରୱାଲ, ରକ୍ମ ଅଗ୍ରୱାଲ ଓ ଅନିଲ୍ ମୋଦି ପ୍ରମୁଖ ବିଶେଷ ସହଯୋଗ ରହିଥିଲା। ଆସନ୍ତା ମଇ ୮ ବିଶ୍ୱ ରେଡ୍ କ୍ରସ୍ ଦିବସ ଅବସରରେ ଆଉ ଏକ ରକ୍ତଦାନ ସିବିର କରାଯିବ ବୋଲି ଜେସି ପିଙ୍କି ମୋଦି ସୂଚନା ଦେଇ ଛନ୍ତି।