ମୁଁ ଜାଣେ ନାହିଁ
ପ୍ରଗତି କ’ଣ ?
ମୁଁ ଜାଣେ ନାହିଁ
ଉନ୍ନତି କ’ଣ ?
ମୋର ଶିକ୍ଷା ନାହିଁ
ମୋର ଦୀକ୍ଷା ନାହିଁ
ମୋର ପୃଷ୍ଟି ନାହିଁ
ମୋର ସ୍ୱାସ୍ଥ୍ୟ ନାହିଁ ,,
ଦୁଃଖିନୀ ମାଁ’ର
ପଣତ ତଳେ
ବେଧଡକ୍ ଖେଳୁଥାଏ
ମୁଠାଏ ଆୟୁଷ ଧରି ,,
ସେହି ଗାଁ ଦାଣ୍ଡ ହିଁ
ମୋର ବାସ୍ତବ ଦୁନିଆ ,,
ସେହି ଜରାଜୀର୍ଣ୍ଣ ଶରୀର ହିଁ
ମୋ ସ୍ବତନ୍ତ୍ର ପରିଚୟ
ସେହି ଧୂଳିକଣା ହିଁ
ମୋ ରକ୍ତାକ୍ତ କ୍ଷତ ର
ମହୌଷଧି ,,
ମୁଁ ରାଜନୀତିଜ୍ଞଙ୍କ
କୁଟ ଚାପରେ
ମୁଁ ଶିକ୍ଷିତବର୍ଗଙ୍କ
ଛାତି ଫୁଲା ଗର୍ବରେ
ସଦା ନିର୍ଯାତିତ ,,
ମୁଁ ପରା ସେହି
ଅସ୍ତିତ୍ବ ହରା
ଗାଉଁଲି ଗ୍ରାମର
ନଗ୍ନ ଶୈଶବ ,,
ସାହିତ୍ୟର
ପ୍ରତିବିମ୍ବ
ଅଙ୍କନର
ଚିତ୍ରକଲ୍ପ ,,
—-*—-
କାପସିଭଟା,
ଟିଟିଲାଗଡ,
ବଲାଂଗିର