ସୁଧୀର ଧଙ୍ଗଡ଼ାମାଝୀଙ୍କ କବିତା : ନୂଆବର୍ଷ

ଅର୍ଜୁନ କହିଲେ
ନୂଆବର୍ଷ ଆସିଚି
ଚାଲ କବିତା ଲେଖିବା ।

Omkar Vasthu
Omkar Vasthu

ହେ ଅର୍ଜୁନ!
କିଛି ତ ବଦଳିନାହିଁ
କାନ୍ଥେ ଟଙ୍ଗା କ୍ୟାଲେଣ୍ଡର୍ ଛଡ଼ା
ସେମିତି ଲାଗୁଚି ଶୀତ
ବି ପଡ଼ୁଚି ଝର୍କାବାଟେ ଖରା
କମିନି ପ୍ରିୟାର ଅଭିମାନ
ମୋ’ ହୃଦର ପ୍ରେମ
କୁଲି-ରେଜା ଯାଉଚନ୍ତି
ଆଗଭଳି କରିବାକୁ କାମ ।

Pearl dental clinic
Near Ashish Medical Store, Bhawanipatna

କ’ଣ ବା ହୁଏ
ନୂଆବର୍ଷ
ଆସିଲେ କି ନଆସିଲେ
ମୋ’ କବିତା
କେହି ପଢ଼ିଲେ କି ନପଢ଼ିଲେ
ତଥାପି ନୂଆବର୍ଷ ଆସେ
ପୁରୁଣା ହୋଇ ସରିଯାଏ
ମୋର ଢେର ସାରା ଅକବିତା
ଚିରାହୋଇ ପଡ଼ୁଥାଏ ଅଳିଆଗଦାରେ ।

Udyog Nursery
Udyogi Nursery

ନିଶାରେ ଝୁମି
କେତେକ କହନ୍ତି
ଦେଖଦେଖ ନୂଆବର୍ଷ ଆସିଚି
ବୁଝିଲେ କି ନବୁଝିଲେ
କହୁଥାନ୍ତି କିଛିଲୋକ
ବାଃ କି କବିତା ଲେଖିଚି!

writersudhir@gmail.com
ମୋ: 9777949800

 

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.