ରାୟଗଡା ଓକିଲ ସଂଘ ତରଫରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ

ରାୟଗଡ,୩୦/୫: ରାୟଗଡା ଓକିଲ ସଂଘ ତରଫରୁ ସାମାଜିକ ଦୂରତାକୁ ବଜାୟ ରଖି, ମାସ୍କ ପିନ୍ଧି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଏଥିରେ ପରିବାର ଅଦାଲତ ଜଜ ଆଶିଷ କୁମାର ତ୍ରିପାଠୀ, ଏଡିଜେ ଜ୍ଞାନେନ୍ଦ୍ର କୁମାର ବାରିକ, ସିଜେଏମ ମନୋରଞ୍ଜନ ଦାସ, ରେଜିଷ୍ଟ୍ରର ମୋନରମା ପାତ୍ର, ସବଜଜ୍ ଶତରୁପା ଶତପଥି, ଲିଗାଲ ଏୟାଡ୍ ସେକ୍ରେଟାରୀ ମୋନରଞ୍ଜନ ମିଶ୍ର , ଏସଡିଜେଏମ ରାଜେନ୍ଦ୍ର କୁମାର ଦାସ , ନ୍ୟାୟାଧିକାରି ଵୈଶାଳୀ ନାୟକ, ଜେଏମଏଫସି ସୂର୍ଯ୍ୟ ନାରାୟଣ ମହାନ୍ତି, ଶୋଭନ ପଣ୍ଡା ,ଓକିଲ ମୋହନ ନାୟକ ,ବ୍ରଜ ସୁନ୍ଦର ନାୟକ, ଭି.ଏସ. ରାଜୁ, ମହେଶ ପଟ୍ଟନାୟକ , କେ.ଅବତାର, ପଦ୍ମନାଭ ଦାସ, ମନୋଜ ରଥ ଉମାକାନ୍ତ ମିଶ୍ର , ଅରୁଣ କୁମାର ପାଣିଗ୍ରାହୀ, ଜ୍ୟୋସ୍ନାରାଣୀ ଦେବୀ, ପ୍ରଣତି ପାତ୍ର, ଗୋପୀନାଥ ମହାପାତ୍ର, ରବି ନାରାୟଣ ଶତପଥି, ବୁଲା ପଣ୍ଡା, ଜଗଦୀଶ ପଣ୍ଡା, ସୁନୀଲ କୁମାର ନାୟକ, ରାଧାକୃଷ୍ଣ ଦଳାଇ, ବିଶ୍ୱନାଥ ଗନ୍ତାୟତ ସମେତ ରାୟଗଡ ଓକିଲ ସଂଘର ସମସ୍ତ ସଭ୍ୟ ଓ ସବୁ କୋର୍ଟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ । ଯାହାକି ଓଡିଶାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ମନୋବଳକୁ ଦୃଢ଼ କରିବା ପାଇଁ ଗାନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଥାଉ କି , ରାୟଗଡା ଓଡିଶାର ଏକମାତ୍ର ଜିଲ୍ଲା ଗ୍ରୀନ ଜୋନରେ ରହିଛି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ କୃପାରୁ ଏହା ସମ୍ଭବ ହୋଇ ପାରିଛି ଯାହାକି ରାୟଗଡା ଜିଲ୍ଲାର ସମସ୍ତ ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଆପ୍ରାଣ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇ ପାରିଛି ବୋଲି ଆଇନଜୀବି ଲାବଣ୍ୟ ମୋହନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.