ଜୁନାଗଡ ବୈଠକରେ ଆଲୋଚିତ ହେଲା ଜୀବନ ଜୀବିକାର ବିଭିନ୍ନ ଦିଗ
ଜୁନାଗଡ,୭/୬: କରୋନା ସଂକଟ ଓ ଲକଡାଉନ ଯୋଗୁଁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଟେଣ୍ଟ ମାଲିକ ଓ ଟେଣ୍ଟ କାର୍ଯ୍ୟରେ ନିୟୋଜିତ ହେଉଥିବା ଶ୍ରମିକ । କରୋନା ସେମାନଙ୍କ ଠାରୁ ଛଡେଇ ନେଇଛି ଜୀବିକା । କୋଭିଡ୍-୧୯ କଟକଣା ଯୋଗୁଁ ସଭା ସମିତି, ବିବାହ ବ୍ରତ ହୋଇ ପାରୁନାହିଁ । ଯାହାବି ହେଉଛି ସେଥିରେ କମ ଲୋକ ଯୋଗ ଦେଉଥିବାରୁ ଟେଣ୍ଟର ଆବଶ୍ୟକତା ପଡୁନାହିଁ । ଏପରି ସ୍ଥିତିରେ ଟେଣ୍ଟ ମାଲିକ ଓ ଶ୍ରମିକ ମାନେ ଆର୍ଥିକ ଦୁସ୍ଥିତି ମଧ୍ୟଦେଇ ଗତି କରୁଛନ୍ତି ।
ଟେଣ୍ଟ ମାଲିକ ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜୁନାଗଡ ଆରଏମସି ଠାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପରମାନନ୍ଦ ପ୍ରଧାନ ଓ ସଂପାଦକ ରାମଦେଶ ମେହେରଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ନିଜର ଜୀବନ ଜୀବିକାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଏହାସହ ଆନୁଷ୍ଠାନିକ କାର୍ଯ୍ୟରେ ୫୦ ଜଣଙ୍କ ପରିବର୍ତ୍ତେ ୩୦୦ ଜଣଙ୍କର ଅନୁମତି ଦେବାକୁ ସେମାନେ ରାଜ୍ୟ ସରକାରଙ୍କ ଠାରୁ ଆଶା କରୁଥିବା ପ୍ରକାଶ କରିଛନ୍ତି ।