ଜୁନାଗଡ଼,୨୧/୬: ଜୁନାଗଡ଼ ବ୍ୟାଡମିଣ୍ଟନ ଆସୋସିଏସନ କଳାହାଣ୍ଡି ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବ୍ୟାଡମିଣ୍ଟନ ଇଣ୍ଡୋର ହଲ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଗୁରୁ କୃଷ୍ଣ ଚନ୍ଦ୍ର ଦାଶ, ଜୁନାଗଡ଼ ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ହିମାଂଶୁ ବରାଡ, ସମ୍ପାଦକ ସମୀର ସାହୁ, ସରୋଜ ପଣ୍ଡା, ମାନସ ସାହୁ , ସନ୍ଦୀପ ସାହୁଙ୍କ ସମେତ ଆସୋସିଏସନର ସମସ୍ତ ଖେଳାଳି, କାର୍ଯ୍ୟକର୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ।