ଅଟିକିଛି ୧୩୨କେଭି ଟାୱାର ଲାଇନ ନିର୍ମାଣ କାମ: ଇମାଲିଗୁଡା ଗ୍ରାମବାସୀ ଓ ଓପିଟିସିଏଲ ମଧ୍ୟରେ ତୁଟୁନି ବିବାଦ

ପୋଲିସ ଉପସ୍ଥିତିରେ ଆଲୋଚନା ବିଫଳ

ରାୟଗଡ, (ଶିବ ନାରାୟଣ ଗୈାଡ): ଅଟିକିଛି ୧୩୨ କେଭି ଟାୱାର ଲାଇନ କାମ । କ୍ଷତିପୂରଣ ପ୍ରଦାନକୁ ନେଇ ଇମାଲିଗୁଡା ଗ୍ରାମବାସୀ ଓ ଓଡିଶା ବିଦ୍ୟୁତ୍ ଶକ୍ତି ସଂଚାରଣ ନିଗମ ଲିଃ.(ଓପିଟିସିଏଲ) ମଧ୍ୟରେ ଥିବା ବିବାଦ ତୁଟିନି । ଚାନ୍ଦିଲି ଥାନା ପୋଲିସ ପ୍ରଶାସନ ଉପସ୍ଥିତିରେ ପ୍ରଭାବିତ ଗ୍ରାମବାସୀ ଓ ଓଟିପିସିଏଲ କର୍ତୁପକ୍ଷଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ବୈଠକ ବିଫଳ ହୋଇଛି । ତେବେ ଆସନ୍ତା ଦୁଇତିନି ମଧ୍ୟରେ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ମାପଚୁପ କରାଯିବା ପରେ କ୍ଷତିପୂରଣ ଆକଳନ କରାଯାଇ ସମସ୍ୟାର ସମାଧାନ ହୋଇଯିବ ବୋଲି ସ୍ଥିର ହୋଇଥିବା ବେଳେ ଉଚିତ କ୍ଷତିପୂରଣ ପ୍ରଦାନ କରା ନ ଗଲେ ଟାୱାର ଲାଇନ ଟାଣିବାକୁ ଦିଆଯିବନାହିଁ ବୋଲି ପ୍ରଭାବିତ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା ଥେରୁବାଲି ବିଦ୍ୟୁତ ଗ୍ରୀଡ୍‌ରୁ ଭାଲୁମାସ୍କା ରେଳ ଷ୍ଟେସନର ସବ୍ ଷ୍ଟେସନ ପର୍ଯ୍ୟନ୍ତ ୧୩୨ କେଭି ବିଦ୍ୟୁତ ସଂଯୋଗ ନିମନ୍ତେ ୧୧୫ଟି ଟାୱାର ଲାଇନ ନିର୍ମାଣ କାର୍ଯ୍ୟ ଗତ ୪ବର୍ଷ ଧରି ଓଟିପିସିଏଲ ପକ୍ଷରୁ ଚାଲୁ ରହିଛି । ଟାୱାର ଲାଇନ ନିର୍ମାଣ କାର୍ଯ୍ୟ ନିମନ୍ତେ ଭାଲୁମାସ୍କାରୁ ଥେରୁବାଲି ମଧ୍ୟରେ ରହିଥିବା ଶିକରପାଇ, ବେଲକଣା, ଭେଜା, ଲକ୍ଷ୍ମୀପୁର, ଗାଡି ଶେଷଖାଲ ଆଦି ମୈାଜାର ଚାଷ ଜମିଗୁଡିକ ଉପରେ ଟାୱାର ନିର୍ମାଣ କରାଯାଇଥିବା ବେଳେ ନୀଳଗିରି, ଆମ୍ବ, ପଣସ ଆଦି ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀମାନଙ୍କୁ ଓଟିପିସିଏଲ ପକ୍ଷରୁ ଆଲୋଚନା କରାଯାଇ କ୍ଷତିପୂରଣର ଉଚିତ୍ ମୂଲ୍ୟ ପ୍ରଦାନ କରାଯାଇ କାମ ଆଗେଇ ଥିବା ବେଳେ ଇମାଲିଗୁଡା ମୈାଜାର ସତ୍ୟବ୍ରତ ପେଦେଂଟି, ଆପାରାଓ ପେଦେଂଟି, କାଇପୁଇ ପେଦେଂଟି, ମହେଶ ପେଦେଂଟି, ବାଇଚୋମଣି ପେଦେଂଟି ଏବଂ ମାଇଲିଗୁଡା ଗ୍ରାମର ବାରିକା ମିଣିଆକା ନାମକ ଚାଷୀଙ୍କ ଚାଷଜମିରେ ଟାୱାର ନିର୍ମାଣ କାମ ଚାଲୁ ଥିବା ବେଳେ ସୁଦ୍ଧା ସେମାନେ ଦାବି କରୁଥିବା କ୍ଷତିପୂରଣ ବାବଦକୁ ନେଇ ଆଲୋଚନା ହୋଇ ପାରି ନ ଥିବାରୁ ଗତ ଦୁଇ ଦିନ ହେଲା ଟାୱାର ଲାଇନ କାମକୁ ଗ୍ରାମବାସୀମାନେ ବନ୍ଦ କରି ଦେଇଥିଲେ ବୋଲି ଓପିଟିସିଏଲ ସଂସ୍ଥା ରାୟଗଡର ଡେପୁଟି ଜେନେରାଲ ମ୍ୟାନେଜର ନିହାର ରଏ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଏ ନେଇ ଖବର ପାଇ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ କୋଲନରା ବ୍ଳକ ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଏବଂ ଚାନ୍ଦିଲ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ, ବିଜୟଲକ୍ଷ୍ମୀ ହିକକାଙ୍କ ସମେତ ଅନ୍ୟ ଥାନା ଷ୍ଟାଫ୍‌ଙ୍କ ଏବଂ ସ୍ଥାନୀୟ ସରପଂଚ ଓ ଗ୍ରାମର ଭଦ୍ୟବ୍ୟକ୍ତିଙ୍କ ଉପସ୍ଥିତିରେ ଇମାଲିଗୁଡା ଗ୍ରାମର ପ୍ରଭାବିତ ୫ଜଣ ଚାଷୀ ଏବଂ ଓପିଟିସିଏଲ ସଂସ୍ଥା ରାୟଗଡର ଡେପୁଟି ଜେନେରାଲ ମ୍ୟାନେଜର ନିହାର ରଏଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରଭାବିତ ଚାଷୀମାନେ ଲଗାଯାଇଥିବା ନୀଳଗିରି ଚାଷର ୪ଟି କିସ୍ତିର ଟଙ୍କା ଗଛ ପିଛା ପ୍ରଦାନ ପାଇଁ ଦାବି କରିଥିବା ବେଳେ ଜେକେ କମ୍ପାନୀରେ ନୀଳଗରି ଗଛ ଟନ୍ ପିଛା ଥିବା ମୂଲ୍ୟକୁ ଆସନ୍ତା ୩ଟି କିସ୍ତି ବାବଦରେ ପ୍ରଦାନ କରାଯିବା ପାଇଁ ଓଟିପିସିଏଲ ପକ୍ଷରୁ କ୍ଷତିପୂରଣ ଦେବାକୁ ସଂସ୍ଥା ରାଜି ହେଉଛି । ଯାହାକୁ ନେଇ ଉଭୟ ପ୍ରଭାବିତ ଗ୍ରାମବାସୀ ଓ ଓଟିପିସିଏଲ ସଂସ୍ଥା ମଧ୍ୟରେ ଥିବା ବିବାଦ ତୁଟି ପାରୁନି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.