ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

କୋକସରା: ଆମପାଣି ସ୍ଥିତ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟି ବୈଠକରେ ଆଜି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ଧର୍ମଗଡ଼ ବିଧାୟକ ମୌଷଧି ବାଗ। ଏହି ଅବସରରେ ମାନ୍ୟବର ବିଧାୟକ ବିଦ୍ୟାଳୟ ପରିଚାଳନା, ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମର ବିକାଶ ଓ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ସ୍କୁଲ ପରିବେଶର ସବୁଜିମା ବଢାଇବା ପାଇଁ ବୃକ୍ଷ ରୋପଣ କରିଥିଲେ। ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ମନିଷା ଦାସ, ବିଇଓ ନାଗେଶ୍ଵର ପ୍ରଧାନ, ଏବିଇଓ ତୋଫାନ ମାଝୀ, ସ୍ଥାନୀୟ ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ସମିତି ସଭ୍ୟା ମାଧୁରୀ ନାଏକ, ସହକାରୀ ଯନ୍ତ୍ରୀ ସୂର୍ଯ୍ୟ ନାଥ, ବ୍ଲକ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ବ୍ଲକ ବିଜେଡି ସଭାପତି ଶୁଶାନ୍ତ ବେହେରା, ବିଧାୟକ ପ୍ରତିନିଧି ତଥା ଯୁବ ନେତା ମାନସ ରଞ୍ଜନ ବାଗ, ଶିବରାମ ପାତ୍ର, କୁମୁଦ ଚନ୍ଦ୍ର ପୁଝାରୀ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟାମାନେ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.