ବୋର୍ଡା ଗ୍ରାମ ପଞ୍ଚାୟତରେ ଟିମ ଜୈ ଭବାନୀ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ଭବାନୀପାଟଣା: ଆଜି ଟିମ ଜୈ ଭବାନୀ ତରଫରୁ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡା ଗ୍ରାମ ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଛି। କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳ ଭବାନୀ ଶଙ୍କର ନିଆଲଙ୍କ ଆହ୍ୱାନ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଜୈ ଭବାନୀ ଟିମ୍।

ଜୈ ଭବାନୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡିଲେଶ୍ଵର ରଣା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ। ଏଥିରେ ଜୈ ଭବାନୀ ଟିମର ସଂଯୋଜକ ଖୁସିରାମ ସାହୁଙ୍କ ସମେତ ଲୋକେଶ୍ୱର ବେହେରା, ମଧୁସୂଦନ ବର୍ଚ୍ଛା, ମୁକେଶ ରଣା, ରଞ୍ଜନ ରଣା, କୁନା ରଣା, ହିମାଂଶୁ ରଣା, ତପନ ରଣା, ରାଜେଶ ରଣା, ଯୌବନ ରଣା, ସୁବାଷ ରଣା, ସିଲୁ ମାଝୀ, ଦେବରାଜ ରଣା, ହରି ରଣା, ଦୀପକ ରଣା, କମ୍ବୁ ମାଝୀ, ଗୋବିନ୍ଦ ବାଗ, ବିକାଶ ବଗର୍ତ୍ତୀ, ହେମନ୍ତ ବଗର୍ତ୍ତୀ, ଉପେନ୍ଦ୍ର ନାଗ, ପ୍ରତାପ ଗହୀର, ରଶିକ ବେମାଲ, ସିଦ୍ଧାନ୍ତ ସାହୁ ଏବଂ ତୁଳସୀ ରାମ ମାଝୀ ପ୍ରମୁଖ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.