ଭୁବନେଶ୍ୱର: ଚଳିତ ବର୍ଷ ବିନା ପରିକ୍ଷାରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଅନ୍ୟପକ୍ଷରେ ମାଟ୍ରିକ ପରିକ୍ଷା ବାତିଲ୍ ନିଷ୍ପତ୍ତି ଐତିହାସିକ ଭୁଲ୍ ଥିଲା। ଏପରି ଅଭିଯୋଗ ଆଣିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି – ପରୀକ୍ଷାର କୌଣସି ବିକଳ୍ପ ନାହିଁ। ପରୀକ୍ଷାକୁ ବାଦ ଦେଇ ପିଲାମାନଙ୍କୁ ନ୍ୟାୟ ଦେଇ ହେବନାହିଁ ବୋଲି ଓଷ୍ଟା ଦାବି କରିଆସୁଥିଲା। ଏପରିକି ଯୁକ୍ତ ଦୁଇ ପରି ମାଟ୍ରିକ୍ରେ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏଥିପ୍ରତି ରାଜ୍ୟ ସରକାର ବା ବୋର୍ଡ କେହି ଧ୍ୟାନ ଦେଲେନାହିଁ। ଓଷ୍ଟାର ଦାବି ଅଗ୍ରାହ୍ୟ କରି ପରୀକ୍ଷାକୁ ବାତିଲ କରିଥିଲେ। ଯେଉଁଥିପାଇଁ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।