ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଜଣେ ଯୁବ ସାମ୍ବାଦିକ, ଓଡ଼ିଶା ଦଳିତ ଓ ସାମାଜିକ ଆନ୍ଦୋଳନର ଅନ୍ୟତମ ଟାଣୁଆ ନେତା, ସତ୍ୟବାଦୀ ଓ ଉତ୍ତମ ମଣିଷ ତଥା ବହୁମୁଖି ପ୍ରତିଭାର ଅଧିକାରୀ ସତ୍ୟବାଦୀ ନାଏକଙ୍କ ବିୟୋଗରେ ରାଜ୍ୟ ବ୍ୟାପି ଶୋକର ଛାୟା ଖେଳିଯାଇଛି। ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘ ଲାଞ୍ଜିଗଡ଼ ପ୍ରେସ କ୍ଳବ ପକ୍ଷରୁ ମଧ୍ୟ ସତ୍ୟବାଦୀ ନାଏକଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ପ୍ରେସ କ୍ଳବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଆୟୋଜିତ ଶୋକ ସଭାରେ ଲାଞ୍ଜିଗଡ଼ ପ୍ରେସ କ୍ଳବ ସଭାପତି କୈଳାସ ସାହୁ, ଉପସଭାପତି ବି. ତିରୁପତି ପାତ୍ର, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ର ଶେଖର, କ୍ଷମାନିଧି ମହାଖୁଡ, ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, କୋଦଣ୍ଡଧର ପ୍ରଧାନ, ଧର୍ମେନ୍ଦ୍ର ପଣ୍ଡା, ପଦ୍ମଲୋଚନ ସାହୁ, ଦୁଃଖିଶ୍ୟାମ ନାଗ (ନିଲେଶ) ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ନାଏକଙ୍କ ସ୍ମୃତିଚାରଣ କରିଥିଲେ।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in