ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ଗ୍ରାମ୍ୟରାସ୍ତାରୁ କଣ୍ଡରୀ ପଦର ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଜୁନାଗଡ଼ ରେଞ୍ଜ ମୁଣ୍ଡରାଗୁଡା ଗ୍ରାମ୍ୟ ରାସ୍ତାରୁ କଣ୍ଡରୀ ପଦର ପର୍ଯନ୍ତ ବୃକ୍ଷ ରୋପଣ ଅବସରରେ ବରିଷ୍ଠ ସାମଜସେବୀ ଲିଙ୍ଗରାଜ ମିଶ୍ର, ଫରେଷ୍ଟ ଗାର୍ଡ ଅଭିମନ୍ୟୁ ଦାସଙ୍କ ସମେତ ଗ୍ରାମର ସୁରେନ୍ଦ୍ର ବାଗ, ଜଗତ ରାମ ଚଳାନ, ଜଳନ୍ଧର ଭାଟି, ସୂର୍ଯ୍ୟ ମାଝୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in