କୃଷକ ସଂଗଠନ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା, (ମଧୁସୂଦନ ଠାକୁର): କୃଷକ ସଂଗଠନ କଶୃପଡା ଓ କନ୍ତେଶିର ଗ୍ରାମ ପଞ୍ଚାୟତ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି। ଆଜି (ବୁଧବାର) କଶୃପଡା ଓ କନ୍ତେସିର ପଞ୍ଚାୟତର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ କେସିଙ୍ଗା ନୂଆ ବସ ଷ୍ଟାଣ୍ଡରୁ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ କେସିଙ୍ଗା ବିଡ଼ିଓଙ୍କ ଜରିଆରେ ୭ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


କଶୃପଡା ଓ କନ୍ତେସିର ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା, ମେଗା ଜଳସେଚନ ପ୍ରକଳ୍ପର ବ୍ୟବସ୍ଥା, ବନ୍ୟା ପ୍ରତିରୋଧକ ଆଡି ବନ୍ଧ ନିର୍ମାଣ, ମରୁଡ଼ି ପରିସ୍ଥିତି ଯୋଗୁଁ ଚାଷୀଙ୍କ କ୍ଷତି ହୋଇଛି ତେଣୁ ସେମାନଙ୍କୁ ମାଗଣାରେ ସାର ଓ ବିହନ ପ୍ରଦାନ, ଚାଷୀ ମାନଙ୍କୁ ଭତା ପ୍ରଦାନ, ବିନା କଟନି ଛଟନୀ ରେ ଧାନ କ୍ରୟ, ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଭୃତି ୭ ଦଫା ଦାବୀ ରହିଛି। କାର୍ଯ୍ୟକ୍ରମରେ ସଂଗଠନର ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ପର୍ଶୁରାମ ପାଢି, ଦେବେନ୍ଦ୍ର ଭୂଜବଳ, ମାଧବ ସା, ଭୂଜ ରାଜ ମାଝି, ଶଶୀଦେବ ପାଢି, ଜଗୁ ମହଲା, କ୍ଷୀରସିନ୍ଧୁ ବିଶୀ, ଯଦୁ ମାଝି, ଚୂଡ଼ାମଣି ଶାହା ପ୍ରମୁଖଙ୍କ ସହିତ ଅନେକ ଚାଷୀ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.