ଦେବଗିରି ମଠର ମୁଖ୍ୟ ସେବାୟତ ଦୁର୍ବାଦଳ ଦାସଙ୍କ ପରଲୋକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠର ମୁଖ୍ୟ ସେବାୟତ ଦୁର୍ବାଦଳ ଦାସଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିବାବେଳେ ଆଜି ନିଜ ବୁଢିପଦର ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଶଜ୍ୟା ନିକଟରେ ପାଞ୍ଚ ପୁତ୍ର ତପିବର, ହରି, ରୋମାଞ୍ଚଳ, ବିଭିଷଣ, ରାମଚନ୍ଦ୍ର, ଧର୍ମପତ୍ନୀ, ପାଞ୍ଚ ଜଣ ପୁତ୍ର ବଧୁ, ଝିଅ ଜ୍ବାଇଁ, ନାତି ନାତୁଣୀ ଏବଂ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ସ୍ୱର୍ଗତ ଦାସଙ୍କ ଜେଜେବାପା ଉତ୍କଳୀୟ ବୈଷ୍ଣବ ସନ୍ଥ ଦିନବନ୍ଧୁ ଦାସ ଓ ବାପା କୃପାସିନ୍ଧୁ ଦାସ ଦେବଗିରି ମଠର ମହନ୍ତ ଥିବାବେଳେ ଦୁର୍ବାଦଳ ଦାସ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମଠର ମୁଖ୍ୟ ସେବାୟତ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଆବର୍ତ୍ତମାନରେ ଦେବଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଦାସଙ୍କ ପରଲୋକରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି କାହ୍ନୁ ଚରଣ ଧଙ୍ଗଡାମାଝୀ, ମଠର ପୂର୍ବତନ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଦେବଗିରି ମଠ ଏଡଭାଇଜରି ବୋର୍ଡ ସଭାପତି ବେଣୁଧର ଧଙ୍ଗଡାମାଝୀ, ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଗଜାନନ ସାଂସ୍କୃତିକ ଅନୁଷ୍ଠାନ, ମାଁ ତାରିଣୀ ସାଂସ୍କୃତିକ ଅନୁଷ୍ଠାନ ଏବଂ ନର୍ଲା ସାମ୍ବାଦିକଙ୍କ ପକ୍ଷରୁ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ମନୋଜ କୁମାର ଷଡଙ୍ଗୀ, ସୁନୀଲ କୁମାର ଧଙ୍ଗଡାମାଝୀ, ନିରଞ୍ଜନ ଗଉଡ, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ, ରଞ୍ଜନ ମହାନ୍ତି, ଚିନ୍ତାମଣି ନାଏକ, ରାକ୍ସି ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀଙ୍କ ସମେତ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ଶୋକ ବ୍ୟକ୍ତ କରିଛନ୍ତି। ଆଜି ବୈଷ୍ଣବ ରିତି ଅନୁସାରେ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମଠ ପକ୍ଷରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.