କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ୨୦୧୮ ମସିହାରେ ରାଧେଶ୍ୟାମ ବାଗ ନାମକ ବ୍ୟକ୍ତିଙ୍କ ପ୍ରଳୋଭନରେ ପଡି କଳମପୁର ବ୍ଳକର ଖଣ୍ଡି ଡଙ୍ଗରୀଗୁଡା, ବଳାଗା ଓ ଜୁନାଗଡ଼ ବ୍ଳକର ଭାବସପୁର ଗ୍ରାମର ମୋଟ ୧୬ ଜଣ ତେଲେଙ୍ଗାନାର ମେହେବୁବ ନଗର ଅନ୍ତର୍ଗତ ମିର୍କେଳ ନିକଟବର୍ତ୍ତୀ ଏସବିଭି ନାମକ ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ ଇଟାଭାଟି ମାଳିକ ମନମୁଖି ଭାବେ ସକାଳ ୪ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଦିନ ୧ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରାଉଥିବା ବେଳେ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଥିବା ଅଭିଯୋଗ ଘର ଳୋକଙ୍କ ମଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ବିଭାଗ ପାଖରେ ଅଭିଯୋଗ କରିଥିଲେ। ଠିକାଦାର ସମସ୍ତଙ୍କ ଫୋନ୍ ଛଡାଇନେଇ ଜିବନରେ ମାରିଦେବା ଦେଇଥିବା ଭୟରେ କିଛି ଶ୍ରମିକ ଲୁଚିକି ପଲେଇ ଆସିଥିଲେ। ଶ୍ରମିକ ମାନଙ୍କ ବୟାନ ଆଉ ପରିବାର ବର୍ଗଙ୍କ ଅଭିଯୋଗକୁ ଭିତ୍ତିକରି କଳାହାଣ୍ଡି ଶ୍ରମବିଭାଗ ଓ କିଛି ସ୍ବେଛାସେବୀ ସଂଗଠନର ସହଯୋଗରେ ୨୦୧୮ ମସିହା ନଭେମ୍ବର ୨ ତାରିଖ ଦିନ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସେଠିକାର ପ୍ରଶାସନ ଦଦନଶ୍ରମିକ ପ୍ରମାଣପତ୍ର ସେମାନଙ୍କୁ ଦେଇ ନଥିବାବେଳେ କିଛି ଶିଶୁ ଶ୍ରମିକମାନେ ଅନ୍ତର୍ଭୁକ୍ତ ଥିବାରୁ ଶ୍ରମିକ ମାନେ କଳାହାଣ୍ଡି ଜିଳ୍ଳାପାଳ ଓ ଜାତୀୟ ଶିଶୁଶ୍ରମିକ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଶ୍ରମିକମାନଙ୍କ ତଥ୍ୟ ସଂଗ୍ରହ ନିମନ୍ତେ କଳାହାଣ୍ଡି ଡିଭିଜନାଲ ଲେବର କମିସନର ଶ୍ରୀ ନରେନ୍ଦ୍ର କୁମାର ରାଇକା ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଶାନ୍ତ ପାଇକରାୟ ଖଣ୍ଡି ଡଙ୍ଗରୀଗୁଡା ଗସ୍ତ କରି ଶ୍ରମିକମାନଙ୍କ ଠାରୁ ବୟାନ ରେକର୍ଡ କରିବା ସହିତ ତାଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିର ଅନୁଧ୍ୟାନ କରିଥିଲେ। ସୁଚନା ଥାଉକି ଶ୍ରମିକ ମାନେ ଅଭିଯୁକ୍ତ ରାଧେଶ୍ୟାମ ବାଗକୁ ଅଟକ ରଖି ସେହି ବର୍ଷ ନଭେମ୍ବର ୧୦ ତାରିଖ ଦିନ ଜୟପାଟଣା ଥାନା ଅନ୍ତର୍ଗତ ବଡକୁଟୃ ଫାଣ୍ଡିରେ ପୋଲିସକୁ ଜିମା ଦେଇଥିଲେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗ ଅଭିଯୁକ୍ତ ବିରୋଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।