କଶୃପଡ଼ା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ତ୍ରିଦିବସୀୟ ରେଡକ୍ରସ ଶିବିର ଉଦଘାଟିତ

କଳାହାଣ୍ଡି, (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଏନେଇ ଆୟୋଜନ ଉଦଘାଟନୀ ଉତ୍ସବରେ ପ୍ରଥମେ ଅତିଥିମାନେ ବିଶିଷ୍ଟ ଶିକ୍ଷାବିତ୍, ଦାର୍ଶନିକ, ସମାଜସେବୀ ତଥା ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁନାଲ୍ଟଙ୍କ ତୈଲ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଷ୍ଟେଟ ବ୍ୟାଙ୍କର ମୂଖ୍ୟ ଶାଖା ପରିଚାଳକ ସୁରେନ୍ଦ୍ର କୁମାର ଜାଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ରେଡକ୍ରସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଛାତ୍ରମାନେ ଜୀବନରେ କିପରି ସଫଳ ହୋଇ ପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu


ଏଥିରେ ଜିଲ୍ଲା ରେଡକ୍ରସର କନଭେନର, ସମ୍ପାଦକ ତଥା କଳାହାଣ୍ଡି ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ସଞ୍ଜୀବ କୁମାର ସାହୁ ଓ ସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ତଥା କାଉନସିଲର ଡକ୍ଟର ରଜନୀକାନ୍ତ ଜେନା ପ୍ରଶିକ୍ଷଣ ଭାବରେ ଯୋଗଦାନ କରିଥିଲେ। ଏହି ଶିବିରରେ ରେଡକ୍ରସ କାଉନସିଲର ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ। ଏହି ଶିବିରରେ କଶୃପଡ଼ା, କେସିଙ୍ଗା, ଉତ୍କେଲା, ତୁଣ୍ଡଳା, ବେଲଖଣ୍ଡିର ସ୍ବେଚ୍ଛାସେବୀ ଓ କାଉନସିଲର ମାନେ ଯୋଗଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.