ଅଙ୍ଗନୱାଡ଼ି ଆସୋସିଏସନ ଥୁଆମୂଳ ରାମପୁର ଶାଖା ପକ୍ଷରୁ ବିଡିଓଙ୍କ ଜରିଆରେ ମୂଖ୍ଯମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଥୁଆମୁଲ ରାମପୁର, (ଦୁର୍ଗା କିର୍ତ୍ତୀ): ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଲ ଓଡିଶା ଅଙ୍ଗନବାଡି ଲେଡିସ ଓ୍ବାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନଙ୍କ ସମସ୍ଯା ସମ୍ବଳିତ ଦାବି ଗୁଡିକ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଛି। ଯାହାକି ଅଦ୍ୟାବଧି ସରକାର ପୂରଣ କରିନାହାନ୍ତି। ଯାହାଫଳରେ ଅଙ୍ଗନବାଡି କାର୍ମଚାରୀ ମହଲରେ ଘୋର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପୁନଃର୍ବାର ଆଜି ଥୁଆମୂଳ ରାମପୁର ବ୍ଳକରେ ଓଲ ଓଡିଶା ଅଙ୍ଗନବାଡି ଲେଡିସ୍ ଓ୍ବାର୍କରସ ଆସୋସିଏସନ ପକ୍ଷରୁ ଥୁଆମୂଳ ରାମପୁର ବ୍ଳକରେ କାର୍ଯ୍ଯରତ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥୁଆମୂଳ ରାମପୁର ବିଡିଓଙ୍କ ଜରିଆରେ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu


ଅଙ୍ଗନବାଡି କର୍ମୀ ମାନଙ୍କ ଦାବି ଗୁଡିକ ହେଲା, ଅଙ୍ଗନବାଡି କର୍ମୀ ମାନଙ୍କୁ ସରକାରୀ ଘୋଷଣା ସହିତ ଚାକିରୀ ସର୍ତ୍ତାବଳୀ ଲାଗୁ, ସରକାରୀ ଚାକିରୀ ମାନ୍ଯତା ମିଳିନାହିଁ ସେପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀ ମିନି ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସର୍ବନିମ୍ନ ୧୮୦୦୦ ଟଙ୍କା ଓ ସହାୟିକା ମାନଙ୍କୁ ୯୦୦୦ ଟଙ୍କା ବେତନ ପ୍ରଦାନ। ୨୦୧୯ ମାର୍ଚ୍ଚ ମାସରେ ସରକାରଙ୍କ ଦ୍ବାରା ଘୋଷିତ ଅବସର କାଳୀନ ସହାୟତା ରାଶି ଏବଂ ଗ୍ରୀଷ୍ମ ଅବକାଶ ଲାଗୁ କରାଯାଉ। ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ ମାନ୍ଯତା ଘୋଷଣା କରିବା ସହ କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟିକା ମାନଙ୍କୁ କେନ୍ଦ୍ର ସରକାର ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ବୀମାରାଶି ତୁରନ୍ତ ପ୍ରଦାନ କରନ୍ତୁ। ତତ୍ ସହିତ ରାଜ୍ୟ ସରକାରଙ୍କ ଘୋଷିତ ୬୦ ବର୍ଷ ପର୍ଯ୍ୟନ୍ତ ୭୫୦୦ ଟଙ୍କା ଭତ୍ତା ପ୍ରଦାନ ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦିଆଯାଉ। ଅବସର କାଳୀନ ସହାୟତା ରାଶି ୫୦୦୦୦୦ ଲକ୍ଷ ଟଙ୍କା ପ୍ରଦାନ ସହିତ ମାସିକ ୫୦୦୦ ଟଙ୍କା ଭତ୍ତା ଦିଆଯାଉ। କୌଣସି ଛୁଟି କିମ୍ବା ରବିବାର ଦିନ କାର୍ଯ୍ୟ କରିବା ପାଇଁ ପ୍ରଶାସନ ତରଫରୁ ଚିଠି କରାଯାଉ ଏବଂ ଉଚିତ୍ ପାରିଶ୍ରମିକ ପ୍ରଦାନ କରାଯାଉ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗାଁ କଲ୍ଯାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ। ବଜାର ମୂଲ୍ଯକୁ ଆଖିଆଗରେ ରଖି ଉତ୍ତମ ରନ୍ଧା ଖାଦ୍ଯର ମୂଲ୍ୟ ବୃଦ୍ଧି କରାଯାଉ, ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ରାଜ୍ଯରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟ ମାନ୍ଯତା ପ୍ରଦାନ କରାଯାଉ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କର୍ମୀଙ୍କୁ ଟ୍ରେନିଂ ଦେବା ସହ ପ୍ରାଇମେରୀ ଟିଚର ଓ ସହାୟିକା ମାନଙ୍କୁ ଆସିଷ୍ଟାଣ୍ଟ ପ୍ରାଇମେରୀ ଟିଚର ଘୋଷଣା କରାଯାଉ, ପ୍ରାକ୍ ବିଦ୍ଯାଳୟ ଶିଶୁମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ପରିସର ପରିବେଶକୁ ଉନ୍ନତ ମାନ କରିବା ସହିତ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ରନ୍ଧନ ଗ୍ଯାସ୍ (ଚୂଲା ସହ ୨ଟି ସିଲିଣ୍ଡର ୧୪୨ କେଜିର ଯୋଗାଇ ଦେବା ଭଳି ଦାବୀ ଗୁଡିକ ସରକାଙ୍କ ପାଖରେ ଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.