ଅଙ୍ଗନୱାଡି ଲେଡିଜ ଓ୍ବାର୍କସ ଏସୋସିଏସନ ପକ୍ଷରୁ ବିଡ଼ିଓଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ

ଲାଞ୍ଜଗଡ: ଅଲ ଓଡିଶା ଅଙ୍ଗନୱାଡ଼ି ଏସୋସିଏସନ ଲାଞ୍ଜିଗଡ଼ ଶାଖା ପକ୍ଷରୁ ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀମାନେ ଏକ ବିଶାଳ ସଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହିତ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯାଉ, ଯେଉଁ ପର୍ଯ୍ୟନ୍ତ ସରକାରୀ ଚାକିରୀ ମାନ୍ଯତା ନଦେବା ପର୍ଯ୍ୟନ୍ତ ଅଙ୍ଗନବାଡି ଏବଂ ମିନି ଅଙ୍ଗନବାଡି କର୍ମୀ ମାନଙ୍କୁ ୧୮୦୦୦ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୯୦୦୦ ହଜାର ଟଙ୍କା ବେତନ ପ୍ରଦାନ କରାଯାଉ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୧୯ ମସିହାରେ ସରକାରଙ୍କ ଦ୍ବାରା ଘୋଷିତ ଅବସରପ୍ରାପ୍ତ ରାଶି ପ୍ରଦାନ ସହିତ ଗ୍ରୀଷ୍ମ ଅବକାସ ଘୋଷଣା କରାଯାଉ, ମିନି ଅଙ୍ଗନବାଡି କର୍ମୀମାନଙ୍କୁ ଅଙ୍ଗନବାଡି କର୍ମୀର ମାନ୍ଯତା ଦିଆଯାଉ, କୋରୋନା ମ୍ରୁତ୍ୟୁ ବରଣ କରିଥିବା ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ସରକାର ଦ୍ବାରା ଘୋଷଣା କରିଥିବା ପଚାଶ ଲକ୍ଷ ବୀମା ରାଶି ପ୍ରଦାନ ସହିତ ୬୦ ବର୍ଷ ପର୍ଯ୍ୟନ୍ତ ମାସିକ ସାତହଜାର ପାଞ୍ଚଶହ ଓ ପରିବାରର ଜଣେ ସଦସ୍ଯଙ୍କୁ ଚାକିରୀ ଦିଆଯାଉ। ଅବସର କାଳୀନ ସହାୟତା ୫ଲକ୍ଷ୍ୟ ପ୍ରଦାନ ସହିତ ମାସିକ ୫ହଜାର ଦିଆଯାଉ, ଗାଁ କଲ୍ୟାଣ ସମିତିକୁ ଅଙ୍ଗନୱାଡ଼ିରୁ ଅଲଗା କରାଯାଉ। ବଜାର ମୂଲ୍ଯ ଆଖିଆଗରେ ରଖାଯାଉ, ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ରାଜ୍ଯ ରେ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ଯତା ଦିଆଯାଉ। ଅଙ୍ଗନବାଡି କର୍ମୀ ଓ ମିନି ଅଙ୍ଗନବାଡି କର୍ମୀ ମାନଙ୍କୁ ତାଲିମ ସହିତ (ପ୍ରି ପ୍ରାଇମେରୀ ଟିଚର) ଓ ସହାୟିକା ମାନଙ୍କୁ (ଆସିଷ୍ଟାଣ୍ଟ୍ ପ୍ରି ପ୍ରାଇମେରୀ ଟିଚର) ଘୋଷଣା କରାଯାଉ। ପ୍ରାକ ବିଦ୍ୟାଳୟର ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ପରିସରକୁ ଉନ୍ନତ ମାନ କରାଯାଉ। ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉ। ଏହି ଦାବିପତ୍ର ଜିଲ୍ଲା ସଂପାଦିକା ପ୍ରେମଲତା ସାମନ୍ତରାୟ, ବ୍ଲକ ସଭାପତି ସୁଜତା ଦୋରା, ଉପସଭାପତି ଗୌରୀ ରାୟ, ସେକ୍ଟର ଲିଡର ମମତା ମିଶ୍ରଙ୍କ ସମେତ ୨୬ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତିରେ ଲାଞ୍ଜିଗଡ଼ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.