ତରୁଣ ପ୍ରଜ୍ଞା ଭାରତୀର ୩୩ତମ ବାର୍ଷିକ ଉତ୍ସବ ସମାରୋହ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଜୟପୁର ସ୍ଥିତ ସନ୍ଧ୍ୟା ଫଙ୍କସନ ହଲ୍ ଠାରେ ତରୁଣ ପ୍ରଜ୍ଞା ଭାରତୀର ୩୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ. ଗଙ୍ଗାଧର ନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି , ମୁଖ୍ୟ ବକ୍ତା ଲୋକ ସେବକ ମଣ୍ଡଳର ଉପାଧ୍ୟକ୍ଷ ଡ. ନିରଞ୍ଜନ ରଥ, ସମ୍ମାନିତ ଅତିଥି ଭାବେ ମହାପୋତ ଚାଳକ(ପାଇଲଟ) ପାରାଦ୍ଵୀପ ବନ୍ଦର କ୍ୟାପ୍ଟେନ୍ ସୂର୍ଯ୍ୟେନ୍ଦୁ ବିକାଶ ପାଣିଗ୍ରାହୀ, ବିଶିଷ୍ଟ ସମାଜସେବୀ ପ୍ରକାଶ ଚନ୍ଦ୍ର ନାୟକ, ଜୟପୁର ନାଗରିକ କମିଟି ସଭାପତି ମୀନକେତନ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମନୋରଞ୍ଜନ ପଣ୍ଡା ଅତିଥି ଆମନ୍ତ୍ରଣ କରିଥିଲା ବେଳେ ଅନିତା ମିଶ୍ର ଓ ସୁବର୍ଣ୍ଣ କୁମାରୀ ଖିଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ନୃତ୍ୟ ଶିଳ୍ପୀ ଲୋରୀ ଲୋପାମୁଦ୍ରା ଜେନା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ଶିଶୁ କଳାକାରଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସମ୍ପାଦକ ଯଜ୍ଞେଶ୍ବର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିବା ସହ କାର୍ଯକ୍ରମକୁ ସଂଯୋଜନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନୁଷ୍ଠାନ ତରଫରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯଥାକ୍ରମେ ସର୍ବେଶ୍ବର ତ୍ରିପାଠୀ, ସୁରେଶ ବେହେରା, ବିଚିତ୍ରା ନନ୍ଦ ପଣ୍ଡା , ଦାମୋଦର ଗୌଡ଼, ସନ୍ତୋଷ ସାହୁ, କବିତା ସାହୁ, ବାଲାଜୀ ପାଢ଼ୀ ଏବଂ ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ତରଫରୁ ଆୟୋଜିତ ହେଇଥିବା ଝୋଟି ପ୍ରତିଯୋଗିତା, ହୁଳହୁଳି, ଶଙ୍ଖ ବାଦନ, ମୃଦଙ୍ଗ ବାଦନ, ଓଡ଼ିଶୀ ନୃତ୍ୟ, ଲୋକ ନୃତ୍ୟ ଓ ପାହାଡ ଚଢା ସମେତ ପ୍ରାୟ ୩୦ ଗୋଟି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏବଂ ବୟସ୍କ ପୁରୁଷ ଓ ବୟସ୍କା ମହିଳା ଅଂଶଗ୍ରହଣ କରି ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୧୬୦ ଜଣ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଉପସଭାପତି ମୀନକେତନ ଦାଶ ଧନ୍ୟବାଦ ଅର୍ପଣ କରିଥଲେ। ଅନୁଷ୍ଠାନର ସଭ୍ୟ ପ୍ରମୋଦ ରାଉଳ, ଅନିତା ମିଶ୍ର, ଚାନ୍ଦିନୀ ନିଶା ବେଗମ, ଦୀପ୍ତି ମାଝି, ବାସନ୍ତୀ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ସୁବର୍ଣ୍ଣ କୁମାରୀ ଖିଲ, ମନୋରଞ୍ଜନ ପଣ୍ଡା ମାନପତ୍ର ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ନୃସିଂହ ପ୍ରସାଦ ଷଡଙ୍ଗୀ, ରବୀନ୍ଦ୍ର ମହାରଣା, ଅନନ୍ତ ବିଜୟ ଧୀବର, ରଞ୍ଜିତ କୁମାର ପଟ୍ଟନାୟକ, ବିଜୟ ଲକ୍ଷ୍ମୀ ସାହୁକାର, ବେବିଶ୍ରୀ ମହାପାତ୍ର, ତପନ କିରଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ବୃନ୍ଦ ପ୍ରତିଯୋଗୀ ମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.