ଧାମନପୁର ନିକଟରେ ପୋଲ ତଳୁ ଜଣଙ୍କ ଶବ ଉଦ୍ଧାର

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଥାନା ଧାମନପୁର ନିକଟରେ ଥିବା ଏକ ପୋଲ ତଳୁ ଆଜି ଜଣଙ୍କ ଶବ ଉଦ୍ଧାର ହୋଇଛି । ଉକ୍ତ ଶବଟି କେଗାଁ ଥାନା କସ୍ତୁରାପଦର ଗ୍ରାମର ମକାରୁ ମାଝୀ(୫୫)ଙ୍କ ବୋଲି ଜଣାପଡିଛି । ଗତ ଗୁରୁବାର ଦିନ ମକାରୁ ମାଝୀ ଏକ କାମରେ ଦଶପୁର ଗ୍ରାମକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ତାଙ୍କୁ ଅନେକ ଯାଗାରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇ ପାରିନଥିଲେ । ଆଜି ସକାଳ ସମୟରୁ କିଛି ସମ୍ପର୍କୀୟ ଓ ଗାଁର କିଛି ଯୁବକ ନିଜ ଗାଁରୁ ଦଶପୁର ପର୍ଯ୍ୟନ୍ତ ତନତନ କରି ଖୋଜିବା ପରେ ଧାମନପୁର ଗାଁ ସ୍ଥିତ ଚିରାନଗୁଳ ପୋଲ ତଳେ ସାଇକେଳ ସହିତ ମୃତ ଶରୀର ଦେଖିବାକୁ ପାଇଥିଲେ । ତୁରନ୍ତ ସ୍ଥାନୀୟ ପୁଲିସ କୁ ଖବର ଦେଇଥିଲେ । ଦଶପୁର ପୋଲିସ ପହଁଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲା । ଉକ୍ତ ବ୍ୟକ୍ତି ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିଲେ । ଉକ୍ତ ବ୍ୟକ୍ତିଙ୍କ ମଧୁମେୟ ସମେତ କିଛି ରୋଗ ଥିଲା ଓ ଅତ୍ୟାଧିକ ମଦ ପିଇ ପୋଳ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଗୋଲାମୁଣ୍ଡା ଥାନା ଅଧିକାରୀ ଶ୍ରୀ ଯୁଗଳ ଶବର ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.