ସରକାରୀ ଚାକିରି ପାଇଁ ୬ ବର୍ଷ ବଢ଼ିଲା ସର୍ବୋଚ୍ଚ ବୟସ ସୀମା

ଭୁବନେଶ୍ବର: ବୟସ ସରିବା ନେଇ ଚିନ୍ତାରେ ଥିବା ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଶାର ଆଲୋକ ଜଳାଇଲେ ରାଜ୍ୟ ସରକାର। ସର୍ବୋଚ୍ଚ ବୟସସୀମାକୁ ୩୨ ରୁ ୩୮ ବର୍ଷକୁ ବୃଦ୍ଧି ହୋଇଛି। ଅନୁସୂଚୀତ ଜାତି, ଜନଜାତି, ମହିଳା, ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆଉ ୫ ବର୍ଷ ବୟସ ସୀମା କୋହଳ କରାଯିବ। ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଅତିରିକ୍ତ ୧୦ ବର୍ଷ ଏବଂ ସଂରକ୍ଷିତ ଜାତିର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମାକୁ ଅତିରିକ୍ତ ୧୫ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୨୧, ୨୦୨୨ ଓ ୨୦୨୩ ନିଯୁକ୍ତି ବର୍ଷ ପାଇଁ ଏହା ଲାଗୁ ହେବ। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.