କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରୁ ବେଆଇନ ଭାବରେ ବାଲି ଓ ମୁରୁମ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସିଛି । ଆଜି ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲଙ୍କ ତତ୍ୱାବଧାନରେ ବୋରଗୁଡା ନଦୀ ଘାଟରୁ ବାଲି ଚାଲାଣ କରୁଥିବା ବେଳେ ବାଲି ଗାଡି ଜବତ ସହିତ ଫାଇନ ଆଦାୟ ଓ ରାସ୍ତା କଡ଼ରୁ ମୁରୁମ ଚୋରା ଚାଲାଣ କରୁଥିବା ବେଳେ ଜେସିବି ସହିତ ଏକ ଟ୍ରାକ୍ଟର ଜବତ କରିଛନ୍ତି ତହସିଲଦାର ।
ବାଲି ବୋଝେଇ ହାଇୱା ଓଡ଼ି୦୮କେ୩୪୩୭ ବୋରଗୁଡା ନଦୀ ଘାଟ ରୁ ବାଲି ଚୋରା ଚାଲାଣ କରୁଥିବା ବେଳେ ଗାଡି ଜବତ କରି ୩୫୦୦୦ ଟଙ୍କା ଜରିମାନା କରିଥିବା ବେଳେ ରାସ୍ତା କଡ଼ରୁ ମୁରୁମ ଚୋରା ଚାଲାଣ କରୁଥିବା ବେଳେ ଜେସିବି ଓ ଟ୍ରାକ୍ଟର ଜବତ ହୋଇଛି । ଚୋରାରେ ବାଲି, ମୁରୁମ ଚାଲାଣ କରୁଥିବା ଟ୍ରାକ୍ଟର ମାଲିକ ପ୍ରତି ଆଗକୁ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି ତହସିଲଦାର ଶ୍ରୀ ଜାଲ ପ୍ରକାଶ କରିଛନ୍ତି ।