ମ.ରାମପୁର ଜିଲ୍ଲା ପରିଷଦ ଜୋନ୍(ଖ): ୨ ଥର ରହିଥିଲା ବିଜେଡ଼ି କବ୍ଜାରେ, ନୂଆ ମଙ୍ଗୁଆଳ ଧରିବେ ମଙ୍ଗ

କଳାହାଣ୍ଡି, (ହେମନ୍ତ ସାହୁ): ଧୀରେ ଧୀରେ ସରଗରମ ହେଉଛି ପଞ୍ଚାୟତ ରାଜନୀତି । ଉଠୁଚି ପଡ଼ୁଚି ଚା, ପାନ ଦୋକାନରେ ଖଟି । ନିର୍ବାଚନୀ ବିଗୁଲ ବାଜିଲା ପରେ ଏବେ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି, କଂଗ୍ରେସ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ବରିଷ୍ଠ, କନିଷ୍ଠ ନେତା, ଗାଁର ନେତୃବର୍ଗ ସବୁରି ମୁହଁରେ ଏବେ ରାଜନୀତିର ଅଙ୍କକଷା । ଆରମ୍ଭ ହେଇଯାଇଛି ରାଜନୀତିର ସମୀକରଣ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକଟି ଦୁଇଟି ଜୋନକୁ ନେଇ ଗଠିତ ହେଇଥିବାବେଳେ ଏହି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ଫେବୃୟାରୀ ୧୮ ତାରିଖରେ ହେବ ମତଦାନ । ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ତେଣୁ ସବୁ ଛାମୁଆ ଦଳର ପ୍ରାର୍ଥୀ ଚୟନ ମଧ୍ୟ ଆସନ୍ତାକାଲି ସୁଦ୍ଧା ଚୂଡ଼ାନ୍ତ ହେଇଯିବାର ଆଶା କରାଯାଉଛି । ତେବେ ୩୪ ନମ୍ବର ଜୋନ ଅନୁସୂଚୀତ ଜନଜାତି(ମହିଳା) ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ଗତ ନିର୍ବାଚନରେ ଏହି ଜୋନ୍ ଟି ବିଜେଡ଼ିର କବଜାରେ ଥିଲା । ଖୁବ୍ କମ୍ ଭୋଟ ବ୍ୟବଧାନରେ ବିଜେପିକୁ ପଛରେ ପକେଇ ବାଜିମାତ କରିଥିଲା ବିଜେଡ଼ି । ଚଳିତ ଥର ଏହି ଜୋନଟି ଅନୁସୂଚୀତ ଜନଜାତି ମହଳିାଙ୍କ ପାଇଁ ଥିବାବେଲେ ଏଥର କିଏ ହେବ ସ୍ୱୟଂ ସିଦ୍ଧା ତାକୁ ନେଇ ସମସ୍ତଙ୍କ ନଜର ରହିଛି । ବିଜେପି ତରଫରୁ ଏହି ଜୋନ ପାଇଁ ଜୋନ କ ର ଜିଳ୍ଲା ପରିଷଦ ସଭ୍ୟା ସ୍ନେହଲତା ଭୋଇ, ମ.ରାମପୁର ପଂଚାୟତ ସମିତିର ଉପାଧ୍ୟକ୍ଷା ସସ୍ମିତା ପାତ୍ର, ସବିତା ମାଝୀ, ଆହ୍ଲାଦୀନି ପାତ୍ର ରହିଥିବାବେଳେ ବିଜେଡ଼ିରୁ ମୋହନଗିରୀ ପଂଚାୟତର ସମିତିସଭ୍ୟା ମଞ୍ଜୁଲତା ଧରୁଆ, ମ.ରାମପୁରର ପୂର୍ବତନ ସରପଞ୍ଚ ଈଭାମୟୀ ମାଝୀ ଏବଂ ଗୋଚ୍ଛାଡ଼େଙ୍ଗେନର ସାବିତ୍ରୀ ଧରୁଆ ଦରଖାସ୍ତ କରିଥିବା ସୂଚନା ମିଳିଛି । ଠିକ୍ ସେହିପରି କଂଗ୍ରେସରୁ ମଧ୍ୟ ଦୁଇ ଜଣ ଦରଖାସ୍ତ କରିଥିବା ଜଣାଯାଇଛି । ଏହି ଜୋନଟି ବଣପାହାଡ଼ ଘେରା ଇଲାକା ହେଇଥିବାବେଳେ ଅନୂସୂଚୀତ ଜନଜାତିଙ୍କ ସଂଖ୍ୟା ଅଧିକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋଚ୍ଛାଡ଼େଙ୍ଗେନ, ଅଲାତରା, ମଦନପୁର, ଡ଼ମ୍ବ କର୍ଲାଖୁଣ୍ଟା, ମାଣିକେରା, ଦେଢଶୂଳୀ, ସିଂହପୁର, ମୋହନଗିରୀ, ଲୁବେନଗଡ଼, ଉର୍ଲାଦାନୀ ମିଶି ଦଶୋଟି ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ଜୋନରେ ଗତ ୨୦୧୭ ନିର୍ବାଚନରେ ବିଜେଡ଼ିରୁ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜୟୀ ହେଇଥିବାବେଳେ ମାତ୍ର ଅଳ୍ପସଂଖ୍ୟକ ଭୋଟରେ ପରାଜୟ ବରଣ କରିଥିଲେ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ବିଶ୍ୱାଳ । ୨୦୧୨ ବିଜେଡ଼ି ଦଳରୁ ଚଞ୍ଚଳା ପୁଝାରୀ ବିଜୟୀ ହେଇଥିବାବେଳେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା ବିଜେପି । ୨୦୦୭ କଂଗ୍ରେସ ପବିତ୍ର ହୋତା, ବିଜେପ ବିଜେପି ତରଫରୁ ସ୍ନେହଲତା ଭୋଇଙ୍କର ପାଂଚବର୍ଷର ଅଭିଜ୍ଞତା ରହିଥିବାବେଳେ ଅନ୍ୟ ସମସ୍ତ ଆଶାୟୀ ସ୍ଥାନୀୟ ପ୍ରାର୍ଥୀ ଅଟନ୍ତି ଏଣୁ ଦଳ ସ୍ଥାନୀୟ ତଥା ନୂତନ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇପାରେ ବୋଲି ଆଲୋଚନା ହେଉଛି । ଠିକ୍ ସେହିପରି ବିଜେଡ଼ି ଆଶାୟୀଙ୍କ ମଧ୍ୟରେ ମୋହନଗିରୀ ସମିତିସଭ୍ୟ ମଞ୍ଜୁଲତା ଧରୁଆଙ୍କର ଉପରେ ଆସ୍ଥା ପ୍ରକଟ କରିପାରେ ବୋଲି ଶୁଣାଯାଉଛି । କାରଣ ଗତ ନିର୍ବାଚନରେ ଈଭାମୟୀ ମାଝୀଙ୍କୁ ଜୋନ କ ପାଇଁ ପ୍ରାର୍ଥୀ କରାଯାଇଥିଲା ଏବଂ ସେ ସେଇ ନିର୍ବାଚନରେ ତୃତୀୟସ୍ଥାନରେ ରହିଥିଲେ । ବିଜେଡ଼ି ମଧ୍ୟ ତେଣୁ ସ୍ଥାନୀୟ ଓ ନୂତନ ମଙ୍ଗୁଆଳ ଖୋଜୁଥିବା ଚର୍ଚ୍ଚା ହେଉଛି । ତିନି ଛାମୁଆ ଦଳରେ ଏବେ ପ୍ରାର୍ଥୀ ପାଇଁ କସରତ ଜୋର ଧରିଥିବାବେଳେ ଖୁବ୍ ଶିଘ୍ର ଏହି ପାଟିଗଣିତର ସମାଧାନ ହେବ ଏବଂ ତାପରେ ଆରମ୍ଭ ହେବ, ରାଜନୀତିର ପ୍ରକୃତ ବିଜ ଗଣିତ । କିଏ କୋଉ ଫର୍ମୁଲା(ଗାଣିତିକ ସୂତ୍ର) ନେଇ ଭୋଟରଙ୍କୁ ନିଜ ପକ୍ଷକୁ ଆଣୁଛି ତାହା ଦେଖିବାକୁ ଅନେଇ ରହିଛନ୍ତି ଜନତା ଜଦାର୍ଦ୍ଦନ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.