ନୂଆପଡା ଠାରେ ବିଭିନ୍ନ ସଂସ୍ଥା ଓ ବିଜେଡି ମହିଳା ଶାଖା ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ନୂଆପଡା,୯/୩ : ସ୍ଥାନୀୟ ମୂର୍ତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ର ସଭାଗୃହ ଠାରେ କଦମ ଓ କେ.ଜି.ଏନ.ଟି ଶିକ୍ଷା ସଂସ୍ଥାର ମିଳିତ ପ୍ରୟାସ ଦ୍ୱାରା ସ୍ଥାନୀୟ ମହିଳା ଗୋଷ୍ଠୀ ଙ୍କୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖିରୋଧ ନିବାସ ପଣ୍ଡା ଯୋଗ ଦେଇ ଥିଲେ ।

Omkar Vasthu
Omkar Vasthu

ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ତପସ୍ୱିନୀ ପଣ୍ଡା ଯୋଗ ଥିଲା ବେଳେ କଦମ ଏନ.ଜି.ଓ ର ସମ୍ପାଦିକା ଯାଜ୍ଞସିନି ମହାପାତ୍ର, କେ.ଜି.ଏନ.ଟି ଶିକ୍ଷା ସଂସ୍ଥା ର ସମ୍ପାଦକ ଜୟନାରାୟଣ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମତୀ ପ୍ରମୋଦିନୀ ପଣ୍ଡା ମୁଖ୍ୟ ବକ୍ତା ରୂପେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ଅଭିଭାଷଣ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ପରିପେକ୍ଷି ରେ ବାବା ରାମେଶ୍ୱର ମହିଳା ଗୋଷ୍ଠୀ ଙ୍କୁ ଛତୁଆ ତିଆରି କରି ନିଜସ୍ୱ ଅଧିକାର ସାବ୍ୟସ୍ତ କରି ଥିବାରୁ ସମ୍ମାନିତ କରାଯାଇ ଥିଲା । ମହିଳା ମାନଙ୍କୁ ସଚେତନ କରାଇବା ପାଇଁ ଏକ ରେଲି ମୂର୍ତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।

Udyog Nursery
Udyogi Nursery

ସେହିପରି ସଦର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ର ସଭାଗୃହ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଜୟଲଷ୍ମୀ ରାୟଗୁରୁ ଙ୍କ ସଭାପତିତ୍ୱ ରେ ବିଭିନ୍ନ ମହିଳା ଗୋଷ୍ଠୀ ଙ୍କୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଭାସିନୀ ବ୍ରହ୍ମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ । ସାରଦା ଦୀକ୍ଷିତ ପ୍ରୋଗ୍ରାମ ଅଫିସର ଆଇ.ସି.ଡି.ଏସ ସେଲ ନୂଆପଡା, ନର୍ମଦା ବେହେରା ଡି.ଏମ.ଏସ.ସି ନୂଆପଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅର୍ଚନା ରାଉତ ଏଲଏସ, ବନ୍ଦିତା ରଥ ଡି.ପି.ଏ.ସି.ଏ ମିଶନ ଶକ୍ତି, ଅଜିତ କୁମାର ଭୋଇ ଡି.ପି.ଏ ମମତା, ସାଲମଣି ସୋରେନ ଏଲ.ଏସ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ ।ଚେତନା ମହିଳା ସଂଗଠନ ତରଫରୁ ସମ୍ପାଦିକା ସୋନାଲି ପାଣିଗ୍ରାହୀ ଘରୋଇ ଅତ୍ୟାଚାର ଓ ମହିଳା ସଶକ୍ତିକରଣ ଉପରେ ବହୁତ ସୁନ୍ଦର ଅଭିଭାଷଣ ଉପସ୍ଥାପନ କରି ଥିଲେ ।

ସେହିପରି ଭାବେ ଶୁକ୍ରବାର ସନ୍ଧ୍ୟା 6 ଟା ସମୟରେ ବିଜେଡି ମହିଳା ଶାଖା ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ଖରିଆର ରୋଡ ସ୍ଥିତ ନୂତନ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ବିଜେଡି ମହିଳା ଶାଖା ନଗର ସଭାପତି ଅଞ୍ଜଳି ସୋନି, ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ର ପୂର୍ବତନ ଚେୟାରମେନ ସୁନିତା ଜୈନ, ଶ୍ରଦ୍ଧା ଚନ୍ଦ୍ରାକର ପୂର୍ବତନ ୱାର୍ଡ ମେମ୍ବର, ପ୍ଲାନିଂ ବୋର୍ଡ଼ କମିଟି ର ଉପସଭାପତି ଭଗବତୀ ପଟେଲ, ସାଂସଦ ପ୍ରତିନିଧି ନିଶାନ୍ତ ଡାଗା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜେଡି ମହିଳା ଶାଖା ଗାଁ ଗାଁ କୁ ଯାଇ ବିଭିନ୍ନ ମହିଳା ଗୋଷ୍ଠୀ ପାଖକୁ ଯାଇ ସେମାନଙ୍କ ର ସମସ୍ୟା ବୁଝିବା ଓ ମହିଳା ସଶକ୍ତିକରଣ କିଭଳି ଭାବରେ ଆହୁରି ସୁଦୃଢ ହେବ ତାହା ଉପରେ ବିଶେଷ ରୂପ ରେ ଚର୍ଚ୍ଚା ହୋଇ ଥିଲା ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.