ଓଡ଼ିଆ ବାର୍ତ୍ତା/ ଜୁନାଗଡ: କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଗୌଡଛେଣ୍ଡିଆ ଠାରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ଗଣଧାରଣା ଦିଆଯାଇଥିବା ଜଣାପଡିଛି । କୋସଲି ଯୁବ କବି ଦେବେନ୍ଦ୍ର ଭୋଇ ଏବଂ ଭୋଦେବ ଗହିରଙ୍କ ତତ୍ୱାବଧାନରେ ଯୁବ କଳାକାର ତଥା ସମାଜସେବୀ ମଣ୍ଟୁ ଭଞ୍ଜ, ପ୍ରଶାନ୍ତ ହାତୀ, ଚରଣ ଭାଟି, ସୁଶୀଲ କୁମାର ହାତୀ, ଶଙ୍କର ଲହଜଲ, ଜନ୍ମେଜୟ ଶବର, ଶିବା ହାତୀ, ଗୋପବନ୍ଧୁ ନାଗ, ଅମିର୍ ହାତୀ, ଡମ୍ବରୁ ଶବର, ବିପୁଲ ହାତୀ, ବୋଲବମ୍ ପୋଢ, କାଳିଆ ଲହଜଲ, ସିମାଞ୍ଚଲ ହାତୀ ପ୍ରମୁଖ ସାମିଲ ହୋଇ ଜୟ କୋସଳ, ଜୟ କୋସଲି ନାରା ଦେଇ ଗଣ ଧାରଣାକୁ ସଫଳ କରିଥିଲେ ।