ଯୁବ କଣ୍ଠ ଶିଳ୍ପୀ ସୁମନଙ୍କ ସୁମନାସି ସାମୂହିକ ଦୀପ ପ୍ରଜ୍ୱଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବ କଣ୍ଠ ଶିଳ୍ପୀ ସୁମନ ଶେଖରଙ୍କ ପାଇଁ ଏବେ ଚାରିଆଡ଼େ ବିଭିନ୍ନ କାର୍ଯ୍ୟକ୍ରମ । କୋଉଠି ଅର୍ଥ ସଂଗ୍ରହ କରାଯାଇ ସୁମନଙ୍କୁ ସହାୟତାର ହାତବଢଉଛନ୍ତି ସୁମନ ପ୍ରେମୀମାନେ । ଆଜି ସେମିତି ସୁମନଙ୍କ ବାପା ରମେଶଚନ୍ଦ୍ର ମିଶ୍ର ଜଣେ ଆଦର୍ଶ ଶିକ୍ଷକ ହେଇଥିବାରୁ ସେ ଶିକ୍ଷକତା କରୁଥିବା ମ.ରାମପୁର ବ୍ଲକ କେନ୍ଦୁବନ୍ଧଠାରେ ଥିବା ଗିରିଗୋବର୍ଦ୍ଧନ ହାଇସ୍କୁଲର ସହକର୍ମୀ, ପୁରାତନ ତଥା ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମିଶି ସମୂହ ଦୀପ ପ୍ରଜ୍ୱଳନ ସହିତ ସୁମନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନନ୍ଦ କିଶୋର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ଝସ୍ କେତନ ତ୍ରିପାଠୀ, ବାବା ଜୟକୃଷ୍ଣ ଦାସ, ପୁରାତନ ଛାତ୍ର ଭବାନୀ ଶଙ୍କର ସାହୁ, ସହକର୍ମୀ, ପୂଜା କମିଟିର ଭକ୍ତ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.