ରୁପ୍ରାରୋଡ ଷ୍ଟେସନରେ ଆରମ୍ଭ ହେଲା ରେଳରୋକ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ରେଳ ଷ୍ଟେସନରେ ଆଜି ସକାଳୁ ରେଳରୋକ ଆନ୍ଦୋଳନ ଆରମ୍ଭ ହୋଇଛି । ରେଳ ଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡର ଡାକରାରେ ଅଞ୍ଚଳର ଶହ ଶହ ଜନସାଧାରଣ ଏଥିରେ ସାମିଲ ହୋଇ ନିଜର ଧାର୍ଯ୍ୟ ଦାବି ଜାହିର କରିଛନ୍ତି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରୁପ୍ରାରୋଡ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ରେଳରୋକ କରାଯାଉଛି । ଗତକାଲି ପ୍ରଶାସନ ଓ ରେଳବାଇ ପକ୍ଷରୁ ରେଳରୋକ ନକରିବା ପାଇଁ ରୁପ୍ରାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତିକୁ ଅନୁରୋଧ କରାଯାଇଥିଲା କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା ଏବଂ ଆଜି (ରବିବାର) ରେଳ ରୋକ ହୋଇଛି । ପୂର୍ବରୁ ପ୍ରଚଳିତ ସବୁ ଟ୍ରେନ ରୁପ୍ରାରୋଡ ଷ୍ଟେସନରେ ରହଣୀ ଦାବି କରିଛନ୍ତି ଆନ୍ଦୋଳନକାରୀ ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.