ବିଭିନ୍ନ ହନୁମାନ ମନ୍ଦିରରେ ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ଆଜି ହେଉଛି ବର୍ଷର ପ୍ରଥମ ଦିନ। ପ୍ରଥମ ରାଶି ହେଉଛି ମେଷ । ପ୍ରଥମ ରାଶିର ପ୍ରଥମ ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି । ତେଣୁ ଆଜି (ଗୁରୁବାର) ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ତିଥିକୁ ଓଡ଼ିଆ ନୂଆବର୍ଷ ଭାବରେ ପାଳନ କରାଯାଏ । ଏହି ପର୍ବକୁ ପାଳନ କରିବା ପାଇଁ କୋରାପୁଟର ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଅଛି । ପ୍ରତ୍ୟେକ ଓଡ଼ିଆ ପରିବାର ସହ ବିଭିନ୍ନ ମନ୍ଦିରଗୁଡିକ ସବୁ ଉତ୍ସବମୁଖର ହୋଇ ଉଠିଅଛି । କୋରାପୁଟ ହାଉସିଂବୋର୍ଡ ନିକଟସ୍ଥ ହନୁମାନ ମନ୍ଦିର, ଡି.ଆର.ଡି.ଏ ସମ୍ମୁଖ ଶ୍ରୀରାମ ମନ୍ଦିର, ମେଡିକାଲ କଲେଜ ସ୍ଥିତ ହନୁମାନ ମନ୍ଦିର, ଗୌତମ ନଗର ସ୍ଥିତ ହନୁମାନ ମନ୍ଦିର ପ୍ରମୁଖ ମନ୍ଦିର ଗୁଡିକରେ ଭୋଜି, ଭାତ ସାଙ୍ଗକୁ ହରି ନାମ, ହୁଳହୁଳି କୀର୍ତ୍ତନ ସହ ବ୍ୟାପକ ପ୍ରସ୍ତୁତି ସହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଅଛି । ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଏହା କେବଳ ପ୍ରତୀକାତ୍ମକ ପାଳନ ହୋଇଥିବା ବେଳେ ଏଥର ଏହାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ହୋଇପଡିଥିବା ପରିଲକ୍ଷିତ ହୋଇଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.