ସିଙ୍ଗଝର ଗାଁରେ ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ହାଡିପାଗୁରୁ ସମାଜ ଦ୍ବାରା ୧୩୧ତମ ଅମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଅମ୍ବେଦକର ସମାଜର ଜିଲ୍ଲା ସଭାପତି ବିଜୟ ସହିସଙ୍କ ନେତୃତ୍ବରେ ଶତାଧିକ ହାଡିପାଗୁରୁ ସମାଜର ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲେ । ଅମ୍ବେଦକରଙ୍କ ପ୍ରତିମୃତ୍ତିରେ ମାଲ୍ୟର୍ପଣ ଅର୍ପଣ କରି ଅମ୍ବେଦକରଙ୍କ ଜୟଗାନ କରିଥିଲେ । ସାଧାରଣ ସଭାରେ ବୁଡାରଜା ଦେବତା ସହ ହାଡିପା ଗୁରୁଙ୍କୁ ଜିଲ୍ଲା ସଭାପତି ଓ ସମସ୍ତ ସଦସ୍ୟ ମାନେ ମିଲିତ ଭାବରେ ପୁଜା ଅର୍ଚ୍ଚନା କରିଥିଲେ ।

ଜିଲ୍ଲା ହାଡିପାଗୁରୁ ସାଧାରଣ ସଂପାଦକ ମୁଲଚନ୍ଦ ସୁନାଙ୍କ ସଭାପତିତ୍ବ ଆୟୋଜିତ ସଭାରେ ଜିଲ୍ଲା ସଭାପତି ବିଜୟ ସହିସଙ୍କ ସମେତ ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର, କୋମନା ବ୍ଲକ ସଭାପତି ରାମେଶ୍ବର ଲୁହା ଓ ସିନାପାଲିର ସମାଜସେବୀ ଲୋଚନ ସାଗର ତଥା ସିଙ୍ଗଝର ଗାଁ ର ବୟୋଜେଷ୍ଠ ବାସୁଦେବ ସିନ୍ଦୁର ଓ ଖଡିଆଳର ଯୁବ ସମାଜସେବୀ ଅନିଲ ସିନ୍ଦୁର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜକୁ ଆଗେଇବାକୁ ହେଲେ ଶିକ୍ଷାର ଦୀପ ଜଲେଇବା ନିହାତି ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.