ପରିମଳ ବ୍ଯବସ୍ଥା ବିପର୍ଯ୍ୟସ୍ତ : ବେହେରା ରାସ୍ତାପାର୍ଶ୍ବରେ ବୃହତ ଡ୍ରେନ ନିର୍ମାଣ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଗ୍ରାମରେ ସ୍ବଚ୍ଛତା ପରିମଳ ବ୍ଯବସ୍ଥା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହେଇପଡିଛି। ଡ୍ରେନ ଗୁଡିକ ବିପର୍ଯ୍ୟସ୍ତ ହୋଇଥିବାରୁ ରାସ୍ତା ମଝିରେ ମଇଳା ଆବର୍ଜନା ଗୁଡିକ ଜମିବା ସହିତ କାଦୁଅ ଭର୍ତ୍ତି ରହୁଛି। ବେହେରା ମଝିପଡାରୁ ବଜାର ପଡା ଯିବା ରାସ୍ତା ପାର୍ଶ୍ବ ଡ୍ରେନରେ ଆର୍ବଜନା ପୋତି ହୋଇଯାଇଛି ତତ୍ ସହିତ ବେହେରା ମୂଖ୍ଯ ଛକ ଠାରେ ମଧ୍ଯ କାଦୁଅ ପାଣି ଜମି ରହୁଛି। ଆର୍ବଜନା ପୂର୍ଣ୍ଣ ଓ ଦୁର୍ଗନ୍ଧ ଦୁଷିତ ପାଣି ରାସ୍ତା ମଝିରେ ଗଡିବାରୁ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଟିକିଏ ବର୍ଷା ହେଲେ ପୁରା ନଦୀ ପ୍ରବାହିତ ହେଲା ପରି ଲାଗୁଛି। ରାସ୍ତା ପାର୍ଶ୍ବରେ ଛୋଟ ଡ୍ରେନ ହେଇଥିବାରୁ ପାଣି ନିସ୍କାଷନ ଠିକ୍ ଭାବରେ ହେଉ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୂର୍ତ୍ତ ବିଭାଗ ଦ୍ବାରା ନୂତନ ଭାବେ ବଡ ଡ୍ରେନ ମଞ୍ଜୁର କରାଯିବାକୁ ଲୋକେ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.