ନର୍ଲାରେ ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ସରକାରଙ୍କ ତରଫରୁ ମାଗଣାରେ ରୋଗୀ ପାଇଲେ ସ୍ୱାସ୍ଥ୍ୟ ସେବା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଭାରତ ଯୋଜନାରେ ଆଜି ଅନୁଷ୍ଠିତ ହୋଇଯାଇଛି ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟମେଳା । ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ ଏହି ମେଳା ଅନୁଷ୍ଠିତ ହୋଇଥିଲା । ନର୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହେଉଥିବା ବେଳେ ଏହାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ଯୋଗଦାନ କରି ଶିବିରଟିକୁ ଉଦ୍ଘାଟନ କରିଥିଲେ । ଏଚ୍ଏଲ୍ଏଫ୍ପିପିଟି ଏମ୍ଆରଆଇଟିଇ ପ୍ରକଳ୍ପ ନିର୍ଦ୍ଦେଶକ କଳାହାଣ୍ଡିଙ୍କ ଉପସ୍ଥିତିରେ ମାଗଣା ସ୍ୱାସ୍ଥ୍ୟ ଶିବିର ଉଦ୍ଘାଟିତ ହୋଇଥିଲା ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଉଦ୍ଘାଟନୀ ଉତ୍ସବ ମଂଚିୟ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲାର ତିନିଗୋଟି ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନମ୍ରତା ସାହୁ, ହରିଶଙ୍କର ମାଝୀ ଓ ଶ୍ରୀମତୀ ଲିଲି ଦୀପ, ନର୍ଲା ବିଡିଓ/ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ମେଡିକାଲ ବିଭାଗର ଏଡିପିଏଚ୍ଓ (ଏଫ୍ଏନ୍) ଡ. ଚନ୍ଦ୍ରକାନ୍ତୀ ଆଚାର୍ଯ୍ୟ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ସରକାରଙ୍କର ଏଭଳି ଜନହିତକର ଲୋକାଭୀମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଯୋଜନାର ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡ. ଆଚାର୍ଯ୍ୟ, ପ୍ରସୂତୀ ବିଶେଷଜ୍ଞ ଡ. ଆଶିଷ ଧରୁଆ, ଡ. ପ୍ରିୟ ରଞ୍ଜନ ଜେନା, ପ୍ରମୁଖ ଉପସ୍ଥିତ ରହି ପରୀକ୍ଷଣ, ପରାମର୍ଶ ଦେଇଥିଲେ । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲଗାଯାଇଥିବା ବିଭିନ୍ନ ରୋଗ ପାଇଁ ପରୀକ୍ଷଣ ଷ୍ଟଲକୁ ଅତିଥି ବୃନ୍ଦ ବୁଲି ଦେଖିଥିଲେ । ଏଥିରେ ଚକ୍ଷୁ, ଚର୍ମ, ମ୍ୟାଲେରିଆ, ଟିବ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ବିଭିନ୍ନ ରୋଗର ମାଗଣା ପରୀକ୍ଷଣ ସାଙ୍ଗକୁ ଏଥିର ନିଦାନ ନିମନ୍ତେ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ଏଲୋପ୍ୟାଥିକ ଚିକିତ୍ସା ସାଙ୍ଗକୁ ଆର୍ୟୁବେଦିକ, ହୋଇମିଓପ୍ୟାଥିକ ଚିକିତ୍ସା ଓ ଯୋଗର ଉପକାରିତା ବିଷୟରେ ରୋଗୀଙ୍କୁ ପରାମର୍ଶ ଦିଆ ଯାଇଥିଲା । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ ଡାକ୍ତର ମାନଙ୍କ ମଧ୍ୟରେ ଡ. କୁନାଳ ସାହୁ, ପୁଷ୍ପା ଚନ୍ଦ୍ରାକର ମଧ୍ୟ ରୋଗୀଙ୍କୁ ସେବା ଯୋଗାଇଥିଲେ । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବିପିଏମ୍ ସବୀର ପଧାନ, ପିଏଚ୍ଇଓ ବିମଲ ଦୀପ, ବିଏଏମ୍, ସୁଶାନ୍ତ ରଣା, ସୁରେନ୍ଦ୍ର ସାହୁ, ସରୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ସେକ୍ଟରର ସୁରଭାଇଜର, ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.