ଦେବୀ ଗଙ୍ଗାଙ୍କ ମନ୍ଦିରର ରତ୍ନମୁଦ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ମଦନପୁର ଠାରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଗଙ୍ଗାଙ୍କ ମନ୍ଦିରର ରତ୍ନମୁଦ ଓ ପ୍ରତିଷ୍ଠା ହୋଇ ଯାଇଛି। କର୍ତ୍ତା ଲକ୍ଷ୍ମୀ ନାରାୟଣ ମହାଲିକ ଓ ତାଙ୍କ ଧର୍ମପତ୍ନୀ ଶାନ୍ତି ମହାଲିକଙ୍କ ତତ୍ବାବଧାନରେ ରତ୍ନମୁଦ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା।ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଧାନ ଓ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ଦ୍ରବ୍ୟଧରି ଶୁଦ୍ଧ ପୁତ ଭାବରେ ମନ୍ଦିରର କୁମ୍ଭକୁ ଯାଇ ରତ୍ନମୂଦ କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଗବତ ପାରାୟଣ ଗାୟିକା ସୁଶ୍ରୀ ସୀତା ଯୋଶୀ ପାରାୟଣ ଗାୟନ କରିଥିବା। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ପରିଚାଳନା ସମିତି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୋହିତ ଅନିରୁଦ୍ଦ ପାଢୀ, ସୂର୍ଯ୍ୟମଣି ପଣ୍ଡା, ମହାରଣା ଝାଜ ସାହୁ, ମିଲୁ ରଣା ସମେତ ମଦନପୁର, ସାଗରପାଲି, ଗୋପାଳପୁର, କବିଚନ୍ଦ୍ରପୁର, ଅନ୍ତର୍ଲା, ପିଟାମାଲ ଗ୍ରାମର ଭକ୍ତ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.