ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ ଶତପଥି ହେଲେ ସମ୍ମାନୀତ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ଥ ବିଦ୍ୟାଳୟଗୁଡିକରେ ଆୟୋଜିତ ହେଉଥିବା ସରଗିଫୁଲ କାର୍ଯ୍ୟକ୍ରମରେ ଉଚ୍ଚ ପ୍ରଦର୍ଶନ କରିଥିବାରୁ ଚାମ୍ପିଆନ୍ ଘୋଷିତ ହେଲା ରାୟଗଡା ଜିଲ୍ଳା ।ଭୁବନେଶ୍ୱର ଠାରେ ଉଦଯାପିତ ଆଦିବାସୀ ମେଳା-୨୦୨୨ ଅବସରରେ ରାୟଗଡା ଜିଲ୍ଳାକୁ ସରଗିଫୁଲ ଚାମ୍ପିଆନ୍ ଭାବେ ଘୋଷଣା କରାଯାଇଛି ।ରାଜ୍ୟସ୍ତରୀୟ ସରଗିଫୁଲ-୨୦୨୧ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳା ସର୍ବାଧିକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପୁରସ୍କାର ରାଶି ୧ଲକ୍ଷ ଟଙ୍କା ସହ ଚାମ୍ପିଆନ୍ ଟ୍ରଫି ପ୍ରଦାନ କରାଯାଇ ଜିଲ୍ଳା ତରଫରୁ ପ୍ରତିନିଧିତ୍ୱ କରିଥିବା ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥିଙ୍କୁ ସମ୍ମାନୀତ କରାଯାଇଥିଲା ।
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ଆୟୁକ୍ତ ରଂଜନା ଚୋପ୍ରା, ନିର୍ଦ୍ଦେଶିକା ଗହୁା ପୁନମ ତାପସ କୁମାର ଓ ଏସସି/ଏସଟି ଆରଟିଆଇ ନିର୍ଦ୍ଦେଶକ ଅଖିଳ ବିହାରୀ ହୋତା ପ୍ରମୁଖ ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥିଙ୍କୁ ସମ୍ମାନୀତ କରିବା ସହ ରାୟଗଡା ଜିଲ୍ଳା ସରଗିଫୁଲ-୨୦୨୧ କାର୍ଯ୍ୟକ୍ରମର କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାୟଗଡା ଜିଲ୍ଳାର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଥିବା ବେଳେ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଗତ ୩ତାରିଖ ଦିନ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ମଣ୍ଡଳ ଶିକ୍ଷାଧୀସ ଶ୍ୟାମଘନ ଭୂୟାଁ, ରାୟଗଡା ଅତିରିକ୍ତ ଜିଲ୍ଳା ମଙ୍ଗଳ ଅଧିକାରୀ ସଲମନ୍ ରାଇକା ଓ ଗୁଣପୁର ଏଡିଡବ୍ଳ୍ୟୁଓ ଶ୍ରୀନିବାସ ଆଚାରୀ,ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ରାଜ୍ୟ ସଂଘ ସଭାପତି ବିଶିକେଶନ୍ ବାଗ, କୋରାପୁଟ ଜିଲ୍ଳା ଅବସରପ୍ରାପ୍ତ ସ୍କୁଲ ନିରୀକ୍ଷକ ବିପିନ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ, ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ରାୟଗଡା ଶାଖା ସଭାପତି ମନୋଜ କୁମାର ଗମାଙ୍ଗଙ୍କ ନେତୃତ୍ୱରେ ସଂଘ ମୁଖପାତ୍ର ବାମନମୂର୍ତି କୋଲା, ସଂପାଦକ ଶ୍ରୀନିବାସ ରାଓ, ଉପସଭାପତି ପ୍ରଦୀପ କୁମାର ଚୈାଧୁରୀ, ସାଂଗଠନିକ ସଂପାଦକ ବୋଦନା ତିରୁମୁଲାଙ୍କ ସମେତ ଏନ.ଏନ.ଶତପଥି,ସଏଲ.ଶ୍ରୀନିବାସ ରଶଓ, ଏସ.ସାହୁ ଏବଂ ପ୍ରାୟ ୫୦ଜଣ ଶିକ୍ଷକ ଏବଂ ଜିଲ୍ଳା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ ।
ମୁଖ୍ୟ ଅତିିଥି ଶ୍ରୀ ଶତପଥିଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଫୁଲତୋଡା ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନ୍ୟ ଅତିଥିମାନେ ଜିଲ୍ଳାରେ ସମସ୍ତଙ୍କ ସହଯୋଗରେ ଏହି ସଫଳତା ମିଳିଥିବାରୁ ଆଗାମୀ ଦିନରେ ମଧ୍ୟ ରାଜ୍ୟସ୍ତରରେ ରାୟଗଡା ଜିଲ୍ଳାକୁ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି କାର୍ଯ୍ୟକ୍ରମ ଶେଷରେ ଏନ.ଏନ.ଶତପଥି ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାଜ୍ୟସ୍ତରରେ କୋରାପୁଟ ଜିଲ୍ଳା ଦ୍ୱିତୀୟ ଓ ମୟୁରଭଂଜ ତୃତୀୟ ସ୍ଥାନ ଅଧିକାର କରିଥିଲା ।