ପ୍ରାଣ ପ୍ରତିଷ୍ଠା ସହ ବିରାଜିତ ହେଲେ ରାମ ଭକ୍ତ ହନୁମାନ, ଦ୍ଵିଗୁଣିତ ହେଲା ରୁପ୍ରାରୋଡର ଆଭା

୧୬ ପ୍ରହର ନାମଯଜ୍ଞ ସହ ବୈଦିକ ରିତିରେ ସଂପାଦିତ ହେଲା ପ୍ରତିଷ୍ଠା ବିଧି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାମ ଭକ୍ତ ଶ୍ରୀ ଶ୍ରୀ ହନୁମାନଙ୍କ ୪୦ ଫୁଟ ବିଶିଷ୍ଟ ମୂର୍ତ୍ତି ରୁପ୍ରାରୋଡ ଠାରେ ଶୋଭା ପାଉଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ଏହି ବିଶାଳ ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ ହୋଇଥିଲା । ୧୬ ପ୍ରହର ନାମଯଜ୍ଞ ସହ ବୈଦିକ ରୀତିରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଛି । ହରି ନାମ ସଂକୀର୍ତ୍ତନ୍ୟରେ ମୁଖରିତ ହୋଇ ଉଠିଛି ଖଣ୍ଡ ମଣ୍ଡଳ । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇ ନାମ ପରିବେଷଣ କରିଥିଲେ । ପ୍ରଥମ ଦିବସରେ ଏକ ଭବ୍ୟ କଳସ ଯାତ୍ରା ସହ ଅଧିବାସ ହୋଇଥିଲା । ଦ୍ବିତୀୟ ଓ ତୃତୀୟ ଦିବସରେ ନାମ ସଂକୀର୍ତ୍ତନ ଓ ଶେଷରେ ହନୁମାନଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ନିତି ସଂପନ୍ନ ହୋଇଛି । ଦୀପକ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଦୀପା ମହାନ୍ତି ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତା ସହ ଯଜ୍ଞ କର୍ତ୍ତା ରହିଥିଲେ । ନାମଯଜ୍ଞର କର୍ତ୍ତା ଭାବେ ପ୍ରଫୁଲ୍ଲ ମହାନ୍ତି ସସ୍ତ୍ରୀକ ଓ ଶ୍ୟାମ ସୁନ୍ଦର ଶର୍ମା, ଅକ୍ଷୟ ପଟ୍ଟନାୟକ, ଦୀପକ ଅଗ୍ରଓ୍ୱାଲ, ସନ୍ତୋଷ ଭୋଇ ଏବଂ ସେମାନଙ୍କ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ବହନ କରିଥିଲେ । ଜୟପାଟଣାର ପଣ୍ଡିତ ଗୈାତମ ଖମାରୀ ଓ ତାଙ୍କ ସହଯୋଗୀମାନଙ୍କ ଦ୍ବାରା ନାମଯଜ୍ଞ, ହୋମଯଜ୍ଞ ଓ ବିଗ୍ରହ ପ୍ରତିଷ୍ଠା ନିତି ସଂପାଦିତ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଜନତା ନାମଯଜ୍ଞରେ ଯୋଗ ଦେଇଥିଲେ । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପରିଚାଳନା କମିଟି ସଭାପତି ମାଧବ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଚାରି ଦିନ ବ୍ୟାପି ଏହି ସମସ୍ତ କାର୍ଯ୍ୟକ୍ରମରେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତବାସୀ, ପରିଚାଳନା କମିଟି ସହ ତ୍ରିନାଥ ମହାନ୍ତି, ଭାରତୀ ମହାନ୍ତି, ପ୍ରଦୀପ ଅଗ୍ରଓ୍ୱାଲ, ରାଜେଶ ଦତ୍ତା, ସୁବାସ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ଅନାଦି ସାହୁ, ତରୁଣ ସାହୁ, ଜଗଦିଶ ଗଡତିଆ, ଅନିଲ ଅଗ୍ରୱାଲ, ଅଭୟ ଚାନ୍ଦ, ରଞ୍ଜନ ମହାନ୍ତି, ସୁଶିଲ ମହାନ୍ତି, ଯୁବ ଗୋଷ୍ଠୀ ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.