ଉଦଜାପିତ ହେଲା ତେରେସିଂହାର ମହାଭାରତ ନାଟକ

୧୨ ଦିନ ବ୍ୟାପି ନାଟକ ମଞ୍ଚସ୍ଥ, କଳାକାରଙ୍କ ଅଭିନୟକୁ ପ୍ରଶଂସା କଲେ ଦର୍ଶକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ମାଁ ମାଣିକେଶ୍ଵରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେଉଥିବା ମହାଭାରତ ନାଟକ ସଫଳତାର ସହ ସମାପନ ହୋଇଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ୧୨ଦିନ ବ୍ୟାପୀ ରାତ୍ରିରେ ନାଟକ ମଞ୍ଚସ୍ଥ ହେଉଥିଲା । ଏହି ନାଟକର ବିଭିନ୍ନ ଭୂମିକାରେ କିଶୋର, ଗୋପାଳ, ଚିନ୍ତାମଣି, କ୍ଷେତ୍ରମଣି, ମେଟା, ସମ୍ଭୁ, ଅନାଦି, ଲକେଶ, ପୃଥ୍ବୀ, ବିନୟ, ମଧ୍ୟମ, ଭକ୍ତ, ଦଳେଶ୍ୱର, ଭୀଷ୍ମ, ପପିଲ, ମୁକେଶ, ପିଣ୍ଟୁ, ଯୁଧିଷ୍ଟିର, ହରେନ୍ଦ୍ର, ଶେଷଦେବ, ରଞ୍ଜନ ପ୍ରମୁଖ କଳାକାର ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ । ବାଦ୍ୟଯନ୍ତ୍ରରେ ମନୁ, ଗୁଦ୍ଦୂ, ମୋତିଲାଲ, ବିଦ୍ୟୁତ୍, ହରିହର, ଲାଇଟ ଓ ସାଉଣ୍ଡ ବିଭାଗରେ ଅଜୟ, ନଟୁ ଓ ବୁଲୁ ସହଯୋଗ କରିଥିଲେ । ଏଥିରେ ପୂଜାକର୍ତ୍ତା ଭାବେ ଶ୍ରୀରାମ ରଣା ରହିଥିବା ବେଳେ ପୁରାଣ ପଣ୍ଡା ଭାବରେ ଦେବେନ୍ଦ୍ର ରଣା ଦାୟିତ୍ଵ ନିର୍ବାହ କରିଥିଲେ । ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇ ଓ ସମ୍ପାଦକ ରୋହିତ ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ନାଟକରେ ଅନୁଷ୍ଠାନର ଉପସଭାପତି ମନୁ ରଣା ସହ ସମ୍ପାଦକ ହରିଶଙ୍କର ମାଝୀ, ଗଦାଧର ରଣା, ଜଗବନ୍ଧୁ ରଣା, କୁମର ଭୋଇ, କୁବେର ରଣା, ଦେବାର୍ଚ୍ଚନ ରଣା, ତରଣି ରଣା, ଦିଗସନ୍ ଭୋଇ, ଗୟାଧର ବାରିକ, ମିଟି ଭୋଇ, ଦାରୁ ରଣା, ଅଭିମନ୍ୟୁ ରଣା, ଗୌରାଙ୍ଗ ରଣା, ଧନେଶ୍ଵର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.