ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାଙ୍କ ପାଇଁ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ଶିକ୍ଷଣ ସାମଗ୍ରୀ ବ୍ୟବହାର ନେଇ ଚାରିଦିନିଆ ତାଲିମ ‘ପ୍ରାରମ୍ଭ’ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନିଟି ପର୍ଯ୍ୟାୟରେ ଜିଲ୍ଲାର ୧୩ଗୋଟି ବ୍ଲକର ସମସ୍ତ ଡିଆରଜି ଓ ସିଆରସିସିମାନେ ତାଲିମ ଗ୍ରହଣ କରିଥିଲେ। ଏଥିରେ ଡିଆଇଇଟିର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ରାମଚନ୍ଦ୍ର ବାଗ, ଭାରତୀ ଜାନୀ, ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ଅରୁଣ କୁମାର ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ରାଜେଶ କୁମାର ଭୋଇ, ନିହାରିକା ଦେବୀ, ବିଜଲୀ ଏକ୍କା, ସୁନିତା ଦୁର୍ଗା, ସାଧନକର୍ମୀ ଶଶୀଭୂଷଣ ଷଡ଼ଙ୍ଗୀ, ମନ୍ମଥ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିବା ବେଳେ ସମସ୍ତ ଅଫିସ କର୍ମଚାରୀ ସହଯୋଗ କରିଥିଲେ। ଅଗାମୀ ଦିନରେ ବ୍ଲକ ସ୍ତରରେ ଏଫ୍ଏଲ୍ଏନ୍ ସାମଗ୍ରୀ ବ୍ୟବହାର ନେଇ ତାଲିମ ପ୍ରଦାନ କରାଯିବ ବୋଲି ଡିଆଇଇଟି ଅଧ୍ୟକ୍ଷା ଡ. ମହାପାତ୍ର ସୂଚନା ଦେଇଛନ୍ତି।