ଲାଞ୍ଜିଗଡ଼ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନମୁଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୦୧୪ମସିହାରୁ ନିର୍ମାଣ ହେଉଥିବା ଲାଞ୍ଜିଗଡ ସହରର ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନମୁଦ ଆଜି ପୁର୍ଣ୍ଣାଙ୍ଗ ହୋଇଛି । ଏଥିପାଇଁ ଲାଞ୍ଜିଗଡ ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀ ଜଗନ୍ନାଥ ମନ୍ଦିର ସାଙ୍ଗକୁ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରତ୍ନମୁଦ ପୁର୍ଣ୍ଣାଙ୍ଗ ହୋଇଛି । ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପ୍ରଚେଷ୍ଟାରେ ଆଜି ସମ୍ପୁର୍ଣ୍ଣ ହେବାକୁ ବସିଛି ଭବ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର । ଏଥିପାଇଁ ଲାଞ୍ଜିଗଡର ଶିଳ୍ପାନୁଷ୍ଠାନ ବେଦାନ୍ତ ଆଲୁମିନା ଲିଃ, ସାଂସଦ ଓ ବିଧାୟକଙ୍କ ଅନେକ ଅନୁଦାନ ପାଇ ଏହି ଭବ୍ୟ ମନ୍ଦିର ଗଢିଉଠି ଲାଞ୍ଜିଗଡର ଶୋଭାବର୍ଦ୍ଧନ କରୁଛି ।

ଲାଞ୍ଜିଗଡ଼ ସହର ମଧ୍ୟରେ ଥିବା ଏହି ମନ୍ଦିରର ରତ୍ନମୁଦ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା । ଯେହେତୁ ଅଞ୍ଚଳବାସିଙ୍କ ସ୍ୱପ୍ନ ଥିଲା ଲାଞ୍ଜିଗଡରେ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ । ଆଜି ଏହି ରତ୍ନମୁଦ ଉତ୍ସବରେ ସାରା ଲାଞ୍ଜିଗଡ ସହର ଉତ୍ସବ ମୁଖର ହୋଇପଡିଥିଲା । ଶଙ୍ଖ, ଘଣ୍ଟ, କରତାଳରେ ପ୍ରକମ୍ପିତ ହୋଇଥିଲା ସାରା ଲାଞ୍ଜିଗଡ । ଆଜକୁ ତିନିଦିନ ଧରି ପୂଜାର୍ଚ୍ଚନା ହେବା ପରେ ରତ୍ନମୁଦ ଉତ୍ସବ ସମ୍ପୁର୍ଣ୍ଣ ହୋଇଛି ।

ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ ଓ ତାଙ୍କ ଧର୍ମପତ୍ନୀ ଗୈାରୀସ୍ୱପ୍ନା ସିଂଦେଓ ଏଥିରେ କର୍ତ୍ତାଭାବେ ପୂଜାର୍ଚ୍ଚନାରେ ଯୋଗଦେଇ ପ୍ରଥମ ଅଖିମୁଠି ମନ୍ଦିର ମୁଣ୍ଡିରେ ଦେଇଥିଲେ । ପରେ ଲାଞ୍ଜିଗଡ ସହରର ଆବାଳ ବୃଦ୍ଧ ବନିତା ମନ୍ଦିରର ମୁଣ୍ଡିରେ ବିଭିନ୍ନ ପ୍ରକାର ଶସ୍ୟ, ଅଷ୍ଟଧାତୁ ଓ ରତ୍ନ ପକାଇ ପୁଣ୍ୟ ଅର୍ଜନ କରିଥିଲେ ।ଏହି ରତ୍ନମୁଦ ଉତ୍ସବରେ ସହକର୍ତ୍ତା ଭାବେ ବେଦାନ୍ତ ସିଓଓ ଗୋବିନ୍ଦ ଗୋପାଲ ପାଲ ଓ ତାଙ୍କ ଧର୍ମପତ୍ନୀ ଶ୍ରଦ୍ଧା ପାଲ, ଯୁଧିଷ୍ଟର ପାତ୍ର ଓ ତାଙ୍କ ଧର୍ମପତ୍ନୀ ରଶ୍ମୀତା ପାତ୍ର ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ଏହି ରତ୍ନମୁଦ ଉତ୍ସବରେ ମୁଖ୍ୟ ପୁଜକ ଭାବେ ଅନନ୍ତ ରଥ ଓ ତାଙ୍କ ସହଯୋଗୀ ପୂଜାର୍ଚ୍ଚନା କରିଥିବା ବେଳେ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ ଚନ୍ଦ୍ରଦ୍ୱଜ ପେସନିଆ, କୋଷାଧ୍ୟକ୍ଷ କାମରାଜ ଦଳବେହେରା ପରିଚାଳନା କରିଥିଲେ ।

ଏହି ରତ୍ନମୁଦ ଉତ୍ସବରେ ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ, ସମାଜସେବି ହରିଶ୍ଚନ୍ଦ୍ର ପାତ୍ର, ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜି ମାଝୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ବେଦାନ୍ତ ସିଏସ୍‌ଆର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ସୁବାସ ମହାପାତ୍ର, ସୁବାସ ଅଗ୍ରୱାଲ, ଶ୍ରୀମୁଖ ଅଗସ୍ତି, ଅଶୋକ ପଟ୍ଟନାୟକ, ଭଗବାନ ହୋତା, ଟୁକୁନା ମହାରଣା ତଥା ଲାଞ୍ଜିଗଡ ଯୁବକସଂଘ ଓ ସ୍ୱେଚ୍ଛାସେବି ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଏହି ରତ୍ନମୁଦ ଉତ୍ସବରେ ସହଯୋଗ କରିଥିଲେ । ଏଥିପାଇଁ ଅନ୍ନଛତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.