ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର

ଓଡ଼ିଆ ବାର୍ତ୍ତା/ ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ପୁଣିଥରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ମାଓ ପ୍ରବଣ ଅଞ୍ଚଳ ରାଇଘର ବ୍ଲକ କୁରାବେଡ଼ାରେ ଲିଫ୍ ଲେଟ୍, ଯୋଡିଙ୍ଗା ଏବଂ ହାତୀ ଗାଁ ରାସ୍ତା କଡରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିବା ସହ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ । ଓଡିଶା ଓ ଛତିଶଗଡ଼ ସୀମାନ୍ତରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ଲାଲ ବାହିନୀ । ଜଙ୍ଗଲ କାଟିବାକୁ ନେଇ ବିରୋଧ କରିବାକୁ ପୋଷ୍ଟରରେ ଲେଖା ଯାଇଛି । ଏହାସହ ନବ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu


ଏଠାରେ ଉଲ୍ଲେଖ କରାଯାଇଛି କେନ୍ଦ୍ରର ମୋଦୀ ସରକାର, ଛତିଶଗଡ଼ର ବଘେଲ ସରକାର ଓ ଓଡିଶାର ନବୀନ ସରକାରଙ୍କ ନିତି ନିୟମକୁ ବିରୋଧ କରାଯାଉ । ନୂଆ ନୂଆ ପୋଲିସ କ୍ଯାମ୍ପ, ନୂଆ ନୂଆ ରାସ୍ତା, ବ୍ରିଜ ବନ୍ଦ କରାଯାଉ । ଲୋକଙ୍କ ସୁବିଧା ପାଇଁ ସ୍କୁଲ, କଲେଜ, ହସପିଟାଲ, ପାଣିର ବ୍ଯବସ୍ଥା କରାଯାଉ । ଖଣିଜ ସମ୍ପଦକୁ ଖନନ କରି ପୁଞ୍ଜିପତି ହେଇଛନ୍ତି ତାଙ୍କୁ ବହିଷ୍କାର କରାଯାଉ । ଆହୁରି ମଧ୍ୟ ଏହି ପୋଷ୍ଟରରେ ମେ ମାସ ୨୦ ତାରିଖରେ ଓଡିଶା ଏବଂ ପୂର୍ବ ଛତିଶଗଡ଼ ଗୋଟିଏ ଦିନ ପାଇଁ ବନ୍ଦ ସଫଳ କରନ୍ତୁ ବୋଲି ହିନ୍ଦୀ ଭାଷାରେ ଲେଖା ହୋଇ ଥିବାର ଦେଖିବାକୁ ମିଳିଛି ।

Pearl dental clinic
Near Ashish Medical Store, Bhawanipatna


ଅନ୍ୟ ଏକ ପୋଷ୍ଟରରେ ଫାସିବାଦୀ ସମାଧାନ ପ୍ରହାର ଦମନ ଅଭିଯାନର ବିରୁଦ୍ଧରେ ଓଡିଶା ଏବଂ ପୂର୍ବ ଛତିଶଗଡ ମେ ମାସ ୨୦ ତାରିଖରେ ଗୋଟିଏ ଦିନ ବନ୍ଦ ସଫଳ କରନ୍ତୁ ବୋଲି ଲେଖା ହୋଇଛି । ଏହା ଭାକପା (ମାଓବାଦୀ) ଓଡିଶା ରାଜ୍ୟ କମିଟି ବୋଲି ଉଲ୍ଲେଖ କରାଯାଇଛି । ଉକ୍ତ ପୋଷ୍ଟରକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.