ସାଉଲ ମଙ୍ଗରାଜ ରାଜ୍ୟର ଏକ ନମ୍ବର ଯୁବ କଂଗ୍ରେସ ସଭାପତି ଭାବେ ପୁରସ୍କୃତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଜ୍ୟର ଏକ ନମ୍ବର ଯୁବ କଂଗ୍ରେସ ସଭାପତି ଭାବେ ପୁରଷ୍କୃତ କରାଯାଇଛି । ସର୍ବ ଭାରତୀୟ ଯୁବ କଂଗ୍ରେସ ସଭାପତି ବି. ବି. ଶ୍ରୀନିବାସ, ସର୍ବ ଭାରତୀୟ ଯୁବ କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଆଲ୍ଲାଭରୁ, ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏମଡି ରିଆଜୁଲ ଅନସାରୀ ଓ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ. ସ୍ମୃତି ରଂଜନ ଲେଙ୍କାଙ୍କ ଉପସ୍ଥିତିରେ ତାଙ୍କୁ ପୁରସ୍କୃତ କରାଯାଇଛି । ଶ୍ରୀ ମଙ୍ଗରାଜ କଳାହାଣ୍ଡି ଜିଲ୍ଲାର ଯୁବ କଂଗ୍ରେସ ସଭାପତି ହେବା ଦିନଠାରୁ ସମଗ୍ର ଜିଲ୍ଲାର ଯୁବ ବର୍ଗଙ୍କୁ ଯୁବ କଂଗ୍ରେସରେ ଯୋଡିବା ସହିତ ସଦାସର୍ବଦା ଗରିବ ଓ ପଛୁଆ ଲୋକଙ୍କ ସେବା କରି ଆସୁଛନ୍ତି । ଲୋକଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ପାଖରେ ଉପସ୍ଥାପିତ କରି ସମସ୍ୟା ଗୁଡିକୁ ସମାଧାନ କରିପାରୁଛନ୍ତି । କରୋନା କାଳରେ ଲୋକେ ଜୀବନ ଜୀବିକା ପାଇଁ ସଂଗ୍ରାମ କରିବା ସହିତ ଦୁଇ ମୁଠା ଖାଇବାକୁ ସଂଘର୍ଷ କରୁଥିବା ସମୟରେ ଶ୍ରୀ ମଙ୍ଗରାଜ ଜିଲ୍ଲାର କୋଣ ଅନୁକୋଣ ବୁଲି ଲୋକଙ୍କ ପାଖକୁ ରାସନ ସାମଗ୍ରୀ ପହଞ୍ଚାଇବା ସହିତ ଜିଲ୍ଲା ତଥା ଜିଲ୍ଲା ବାହାରେ ଏପରିକି ବାହାର ରାଜ୍ୟରେ ଫସି ରହିଥିବା ଓଡିଆମାନଙ୍କୁ ଯୁବ କଂଗ୍ରେସ ଟିମ ଜରିଆରେ ସାହାର୍ଯ୍ୟ କରିବା ସହିତ ଅନେକ ଯାଗାରେ ଫସି ରହିଥିବା ଲୋକଙ୍କୁ ନିଜର ଭିଟାମାଟି ପର୍ଯ୍ୟନ୍ତ ପହଞ୍ଚାଇ ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇଥିଲେ । ଆଜି ତାଙ୍କୁ ସର୍ବ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଜ୍ୟର ଏକ ନମ୍ବର ଯୁବ କଂଗ୍ରେସ ସଭାପତି ଭାବେ ପୁରଷ୍କାର ପ୍ରଦାନ କରାଯାଇଥିବାରୁ କଂଗ୍ରେସ କର୍ମୀ ତଥା ତାଙ୍କର ଶୁଭେଚ୍ଛୁ ଓ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯିବା ସହିତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.