ଓଏସଇଏଫଡ଼ି ସଂଘର ଜାତୀୟ ସ୍ତରର ଆଲୋଚ଼ନା ଚକ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସଇଏଫଡ଼ି) ସଂଘ ତରଫରୁ ଜାତୀୟ ସ୍ତରରେ ଏକ ଆଲୋଚ଼ନା ଚକ୍ର ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚ଼ନା ଚକ୍ରରେ ଭାରତର ସମସ୍ତ ରାଜ୍ୟର ସ୍ବତନ୍ତ୍ର ଶିକ୍ଷକ ସଂଘର ନେତୃମଣ୍ଡଳୀଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ।

ଏହି ଆଲୋଚ଼ନା ଚକ୍ରରେ ଅତିଥି ଭାବେ ଜାତୀୟ ସ୍ତରର ସ୍ବତନ୍ତ୍ର ଶିକ୍ଷକ ସଂଘ ନ୍ୟାସନାଲ ଆସୋସିଏସନ୍ ଅଫ ସ୍ପେସିଆଲ୍ ଏଜୁକେଟର ରିହାବ ପ୍ରଫେସନ୍ୟାଲ ଏବଂ ଫିଲାନୋନ୍ଥୋପିସ (ନାସେର୍ପ) ର ସଭାପତି ରାଜନୀଶ କୁମାର ପାଣ୍ଡେ ଓ ନାସେର୍ପର ଉପସଭାପତି ତଥା ଓଡ଼ିଶା ପ୍ରଭାରୀ ନାଗେଶ ପାଣ୍ଡେ ଯୋଗ ଦେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ମୁତାବକ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବିଷୟ ଓ ଦିବ୍ୟାଙ୍ଗଙ୍କ ଶିକ୍ଷାର ବିକାଶ ନିମନ୍ତେ ଆଲୋଚ଼ନା କରିଥିଲେ ଏବଂ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଓଏସଇଏଫଡ଼ି ସଂଘର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା, ସମ୍ପାଦକ ଜୀବନ କୁମାର ବେହେରା, ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ୨୦୧୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକଳାପ ବିଷୟରେ ସମସ୍ତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଅବଗତ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.