ଆଜିଠୁଁ ବେହେରାରେ ଆରମ୍ଭ ହେଲା ଷୋହଳ ପ୍ରହର ନାମ ଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧର୍ମଗଡ ବ୍ଲକ ବେହେରାଠାରେ ଆଜି ଷୋହଳ ପ୍ରହର ନାମଯଜ୍ଞର ଶୁଭାରମ୍ଭ ହୋଇଛି ‌। ଦଣ୍ଡପାଟ ତ୍ରିନାଥ ମେଳା ପୂଜା କମିଟି ଓ ବେହେରା ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଉକ୍ତ ନାମଯଜ୍ଞରେ ୪ ଜିଲ୍ଲାରୁ ୮ଗୋଟି ଦଳ ଯୋଗଦେଇ ହରିନାମ କୀର୍ତ୍ତନ କରିବେ । ଆଜି ସକାଳ ୬.୧୪ ରୁ ନାମାରମ୍ଭ ହୋଇଛି । ବେହେରା ନୀଳମାଧବ ସଂକୀର୍ତ୍ତନ ମଣ୍ଡଳୀ, ପୂଜକ ପଣ୍ଡିତ ତ୍ରାହିକର ମିଶ୍ର, ପଣ୍ଡିତ ମୋହନ ତିଓ୍ୱାରୀ, ଯଜ୍ଞକର୍ତ୍ତା ଅନିଲ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଶିଖାରାଣୀ ପଣ୍ଡା ଓ ଗ୍ରାମବାସୀ ନାମ ଶୁଭାରମ୍ଭ କରିଥିଲେ । ସଭାପତି ମଣ୍ଟୁ ଅଗ୍ରଓ୍ୱାଲ, ସମ୍ପାଦକ ନିରଞ୍ଜନ ନାଏକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଗୋପାଳ ସମେତ କର୍ମକର୍ତ୍ତା ଉପସ୍ଥିତ ଥିଲେ । କୋଭିଡ ପାଇଁ ଦୁଇ ବର୍ଷ ନାମଯଜ୍ଞ ବନ୍ଦ ଥିବା ବେଳେ ଏ ବର୍ଷ ଅନୁଷ୍ଠିତ ନାମଯଜ୍ଞ ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି । ଭକ୍ତମାନଙ୍କ ପାଇଁ ଆନନ୍ଦ ବଜାର ଓ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଛି । ଏହି ନାମ ଯଜ୍ଞରେ ସମସ୍ତେ ଯୋଗଦେଇ ହରି ନାମାମୃତ ପାନ କରିବାକୁ ଦଣ୍ଡପାଟ ତ୍ରିନାଥ ମେଳା ପୂଜା କମିଟି ଓ ବେହେରା ଗ୍ରାମବାସୀ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.