ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ବିଶ୍ୱ ପରିବେଷ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜଗା ବଳିଆ ଯୁବ ସଙ୍ଘ ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ବ୍ଳକ ପରିଆ ଗାଁ ଠାରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ରାଜେଶ ମହାରଣା, ପ୍ରକୃତି ବନ୍ଧୁ ହେମସାଗର ସାହୁ, ଜଗା ବଳିଆ ଯୁବକ ସଂଘର ହୃଦାନନ୍ଦ ନାଗ, ଧବଳେଶ୍ୱର ଶବର ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟାବରଣର ମହତ୍ବ ଉପରେ ଆଲୋକପାତ କରିଥିଲେ। ପ୍ରତେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗେଇ ତାର ଯତ୍ନ ନେବା ସହ ଅନ୍ୟ ମାନଙ୍କୁ ଗଛ ଲଗେଇବାକୁ ପ୍ରବର୍ତ୍ତେଇବା ପାଇଁ ଅତିଥିମାନେ ମତ ପ୍ରକାଶ କରିଥିଲେ। ସଂଗଠନର ସଦସ୍ୟ ମାନଙ୍କ ସହଯୋଗରେ ପ୍ରଥମେ ଏକ ରାଲି କରି ଜନ ସଚେତନତା ସୃଷ୍ଟି କରାଯାଇଥିଲା। ପରେ ଗାଁର ଲଷ୍ମୀମଣ୍ଡପ ଠାରେ ଏକ ସଭାର ଆୟୋଜନ କରି ଜନସାଧାରଣଙ୍କୁ ଗଛ ଲଗେଇବାକୁ ଅନୁରୋଧ କରାଯାଇଥିଲା। ପରେ ଅତିଥି ଓ ଉପସ୍ଥିତି ଲୋକଙ୍କ ସହଯୋଗରେ ନଦୀପଠା ଓ ଶିବ ମନ୍ଦିର ଠାରେ ୧୫ଟି ବୃକ୍ଷ ରୋପଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ଯଶୋବନ୍ତ ରଣା, ଅଭିଷେକ ବେହେରା, ରାଜେଶ ଗୌଡ଼, ଜଗା ବଳିଆ ଯୁବକ ସଙ୍ଘ ସଦସ୍ୟ କଦମ୍ବ ନାଏକ, ଦୁଲେଶ୍ୱର ସାହୁ, ପ୍ରହଲ୍ଲାଦ ଶବର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.