ମଧୁପୁର ଠାରେ ଗ୍ରାମୀଣ ଡାକମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଡାକବିଭାଗ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତର ମଧୁପୁର ସ୍ଥିତ କାର୍ଯ୍ୟଳୟ ପରିସରରେ ଗ୍ରାମୀଣ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଡାକ ବିଭାଗର ଏଏସପିଓ ବିଜୟ କୁମାର ପଟ୍ଟନାୟକ ଏବଂ ରାଜକିଶୋର ମହାରଣାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟା ସୁଚିତ୍ରା ମାଝୀ, ନାଏବ ସରପଞ୍ଚ ସଞ୍ଜୀବ ପଣ୍ଡା, ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ, ୱାଡ ସଭ୍ୟ/ସଭ୍ୟା ଭୁବନେଶ୍ଵର ଭୋଇ, ସଦାଶିବ ମାଝୀ,କବିତ୍ର ମାଝୀ, ମମିନା ନାୟକ, ଲକ୍ଷ୍ମୀ ମାଝୀ, ସଦାଶିବ ମାଝୀ (ଟଙ୍କ) ସୁଷମା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ପିଏଲ୍ଆଇର ଡିଓ ଅଭିଷେକ ପଣ୍ଡା, କମର୍ସିଆଲ ପ୍ରଣବ ରାଉତ, ପ୍ରମୋଦ କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଲାଞ୍ଜିଗଡ଼, ବିଶ୍ବନାଥପୁର, ନର୍ଲାରୋଡ଼ ଉପ ଡାକଘର ଅଞ୍ଚଳର ସମସ୍ତ ଗ୍ରାମୀଣ ଡାକସେବକ, ଡାକବିଭାଗର କର୍ମଚାରୀ, ପଞ୍ଚାୟତ ଅଞ୍ଚଳର ଜନସାଧାରଣ, ଶିକ୍ଷକ-ଶିକ୍ଷୟିତ୍ରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଯୋଗ ଦେଇଥିଲେ। ଏଥିରେ ଡାକବିଭାଗର ବିଭିନ୍ନ ବୀମା ଯୋଜନା ସଂପର୍କରେ ଅବଗତ କରାଇବା ସହ ସାଧାରଣ ଲୋକେ ଏହାର ଲାଭ ଉଠାଇବାକୁ ଅଧିକାରୀମାନେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଭବାନୀପାଟଣା ସଦର ବ୍ଲକ ଗୁଡିଆଲିପଦର ଏବଂ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର କିଡିଙ୍ଗ ଡାକଘରକୁ ପୁରସ୍କୃତ କରାଯାଇଥିଲା। ଏଥିରେ ବିପିଏମ୍ ଚନ୍ଦ୍ରମଣି ମାଝୀ ଏବଂ ଖୁସିରାମ ମାଝୀ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.