ରୁପ୍ରାରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଜନଆରୋଗ୍ୟ କମିଟି ଗଠିତ ହୋଇଯାଇଛି। ନର୍ଲା ଜୋନ୍ -୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ବୈଠକରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡ଼ା. ଏସ୍.କେ ସତପଥି, ଡ଼ା. ସଙ୍ଗିତା ସାହୁ, ଡ଼ା. ରାଜେଶ କୁମାର ସାହୁ, ବିପିଏମ ସବିର ପଧାନ, ଫାର୍ମାସିଷ୍ଟ ତ୍ରିପତି ରାଓ ପାତ୍ର, ରୁପ୍ରାରୋଡ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତରୁଣ କୁମାର ସାହୁ, ଓ୍ବାର୍ଲ୍ଡ ଭିଜନ ଇଣ୍ଡିଆ ନର୍ଲା ଏଡିପି ପ୍ରୋଗ୍ରାମ ମ୍ୟାନେଜର ପିଭି କ୍ରିଷ୍ଣା, ନିଲେଶ କୁମାର ଦତ୍ତାଙ୍କ ସମେତ ଆଶା ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ। ରୁପ୍ରାରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଅନ୍ୟତ୍ର ଡେପୁଟେସନରେ ଯାଇଥିବାରୁ ଡାକ୍ତରଙ୍କୁ ଆଣିବା ପାଇଁ ଉଦ୍ୟମ କରିବେ ଏବଂ ଏହି ପିଏଚସିର ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବ୍ଲକର ଉଲିକୁପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି। ତେଣୁ ରୁପ୍ରାରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ନୂତନ ଡାକ୍ତରଙ୍କ ଯୋଗଦାନ କରାଇବାକୁ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ନିଶ୍ଚୟ ପ୍ରଚେଷ୍ଟା କରିବେ ବୋଲି ଅଞ୍ଚଳବାସୀ ଆଶା ପୋଷଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.