୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଭାରତ ରଙ୍ଗ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି । ଏହି ଅବସରରେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି), ନୂଆଦିଲ୍ଲୀଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ- ୨୦୨୨ ଅନ୍ତର୍ଗତ ଏକ ଉତ୍ସବ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ, ୨୦୨୨ (ସ୍ୱାଧୀନତା ଖଣ୍ଡ)” ଆୟୋଜନ କରୁଛନ୍ତି ।

Omkar Vasthu
Omkar Vasthu

୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଏହି ଭାରତ ରଙ୍ଗ ମହୋତ୍ସବ । କିଟ କ୍ୟାମ୍ପସ ୬ ଅଡିଟୋରିଅମରେ ପ୍ରତେକ ସନ୍ଧ୍ୟାରେ ନାଟକ ପରିବେଷିତ ହେବ । ଏଥିରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ସ୍ଥାନ ପାଇଛି । ଜୁଲାଇ ୨୧ ରେ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଦ୍ଵାରା ରଚିତ ନାଟକ “ମହାସଂଗ୍ରାମର ମହାନାୟକ” ଏବଂ ୨୫ ଜୁଲାଇରେ ଶ୍ରୀ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ରଚିତ “ଗାନ୍ଧୀଙ୍କ ଓଡ଼ିଶା” ମଞ୍ଚସ୍ଥ ହେବ ।

Pearl dental clinic
Near Ashish Medical Store, Bhawanipatna

ପ୍ରଫେସର ଡଃ ରମେଶ ଚନ୍ଦ୍ର ଗୌର, ନିର୍ଦ୍ଦେଶକ, ଏନଏସଡି ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଏହି ଶୃଙ୍ଖଳାରେ ଭାରତର ବିଭିନ୍ନ ସହରରେ ୩୦ଟି ନାଟକ ମଞ୍ଚସ୍ଥ ହେବ । ନୂଆଦିଲ୍ଲୀ ଠାରେ ଜୁଲାଇ ୧୬, ୨୦୨୨ରେ ଏହି ଉତ୍ସବର ଶୁଭାରମ୍ଭ ହେବ ଓ ପରେ ଅନ୍ୟ ୫ ସହର ଭୁବନେଶ୍ୱର, ବାରଣାସୀ, ଅମୃତସର, ବେଙ୍ଗାଲୁରୁ ଓ ମୁମ୍ବାଇ ଠାରେ ଆୟୋଜିତ ହେବ । ଅଗଷ୍ଟ ୧୪, ୨୦୨୨ରେ ଜୱାହରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ଉତ୍ସବ ସମାପନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ।

Udyog Nursery
Udyogi Nursery

ପ୍ରଫେସର (ଡଃ) ଗୌର ସ୍ୱତନ୍ତ୍ର ଭାବେ ସୂଚିତ କରିଛନ୍ତି ଯେ, ଏନଏସଡି ଜୁଲାଇ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ କାରଗିଲ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ସ୍ୱତନ୍ତ୍ର ନାଟକ “କାରଗିଲ ଏକ ନାଟ୍ୟ କଥା” ପରିବେଷଣ କରିବ । ଏହି କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନା ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବ । ଜୱାହରଲାଲ ଆଉଟଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୪ରେ ଏକ ସ୍ୱତନ୍ତ୍ର ନାଟକ ମଞ୍ଚସ୍ଥ ହେବ ।

ଶ୍ରୀ ଗୌର ସୂଚନା ଦେଇଛନ୍ତି ନାଟକ ଅନୁଷ୍ଠିତ ହେଉଥିବା ସମସ୍ତ ସ୍ଥାନରେ ଅନଲାଇନ ବୁକିଂ ମାଧ୍ୟମରେ ପ୍ରବେଶ କରାଯାଇପାରିବ । www.nsd.gov.in ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ପରେ ପ୍ରବେଶ ନିଃଶୁଳ୍କ ରହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.