୧୮ରେ ରେତ ମଧ୍ୟମ ଜଳ ସେଚନ ପ୍ରକଳ୍ପରୁ ହେବ ଏବର୍ଷର ପ୍ରଥମ ଜଳ ନିଷ୍କାସନ 

ଖରିପ ଫସଳର ପୂର୍ବ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରେତ ମଧ୍ୟମ ଜଳ ସେଚନ ପ୍ରକଳ୍ପ କମିଟି ଭବାନୀପାଟଣା ଆନୁକୂଲ୍ୟରେ ନର୍ଲା ବ୍ଲକ ଅନ୍ତର୍ଗତ କୁଟିଙ୍ଗପଦର ଠାରେ ଆଜି ଖରିପ ଫସଳର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ କମିଟି ସଭାନେତ୍ରୀ ଚନ୍ଦ୍ରକାନ୍ତୀ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ନର୍ଲା ସୂର୍ଯ୍ୟ କୁମାର ପାଣିଗ୍ରାହୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀପାଟଣା ଗିରିଜା ଶଙ୍କର ମିଶ୍ର ଯୋଗଦେଇ କୃଷକ, ଜଳ ଓ ମିଳିତ ସହଭାଗିତା ଉପରେ ଆଲୋକପାତ କରିବା ସହ ଚଳିତ ବର୍ଷର ପ୍ରଥମ ଜଳ ନିଷ୍କାସନ ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରକଳ୍ପ କମିଟି ସମ୍ପାଦକ ଶୂନ୍ୟ ମଙ୍ଗରାଜ ସ୍ବାଗତ ଅଭିଭାଷଣ ପ୍ରଦାନ କରିବାସହ ମଞ୍ଚ ସଂଚାଳନ କରିଥିଲେ। ପୂର୍ବତନ ସମିତି ସଭ୍ୟ ମାଧବ ନାଏକ ତଥ୍ୟ ସଂଗ୍ରହ ଓ ସମାଜସେବୀ ଟଙ୍କଧର ମେହେର ସହଯୋଗ କରିଥିଲେ। ଏଥିରେ ବାମ ଓ ଡାହାଣ କେନାଲର ୧୯ ଗୋଟି ପାଣି ପଞ୍ଚାୟତର କାର୍ଯ୍ୟକର୍ତ୍ତା, ଚାଷୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆସନ୍ତା ଜୁଲାଇ ୧୮ତାରିଖ ସୋମବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଜଳ ନିଷ୍କାସନ କରାଯିବାକୁ ବୈଠକରେ ଧାର୍ଯ୍ୟ ହୋଇଛି। ଶେଷରେ ପ୍ରକଳ୍ପ କମିଟି କୋଷାଧ୍ୟକ୍ଷ ରୋମାଞ୍ଚଳ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.