ତେଲ ନଦୀ କୂଳରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଗୁଣ୍ଡୁରୀ ଗ୍ରାମ ତେଲ ନଦୀ କୂଳରୁ ଜଣେ ବରିଷ୍ଠ ନାଗରିକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଦଶପୁର ଫାଣ୍ଡି ଫରଙ୍ଗ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ଭୋଇ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ଏନେଇ ପରିବାର ବର୍ଗ କେଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଥାନା ଏସଆଇ ନିଗରାଜ ହାଁସଦା ପହଞ୍ଚି ଶବ ଜବତ କରି କେସ ନମ୍ବର ୧୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛନ୍ତି । ଶବଟି ଗଳିତ ଅବସ୍ଥାରେ ଥିବାରୁ ଘଟଣାସ୍ଥଳକୁ ଡାକ୍ତରୀ ଟିମ ଆସି ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ମୃତ ଅବସରପ୍ରାପ୍ତ ଶିକ୍ଷକ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଗତ ୧୩ ତାରିଖ ଦିନ ଦଶପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.