କେସିଙ୍ଗାରେ ଦୁଇ ଦିନ ଭିତରେ ୩ ଜଣ କୋଭିଡ ପଜିଟିଭ
ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ସ୍ଵାସ୍ଥ୍ୟ କେନ୍ଦ୍ରରେ ୧୫ ତାରିଖରୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ୍। ୧୫ ତାରିଖ ଦିନ ୨୦ ଜଣ ଓ ୧୬ ତାରିଖ ଦିନ ୧୨ ଟା ପର୍ଯ୍ୟନ୍ତ ୧୫ ଜଣଙ୍କ କୋଭିଡ ଟେଷ୍ଟ କରା ଯାଇଥିବା ଜଣାପଡ଼ିଛି ।ସେଥି ମଧ୍ୟରୁ ୩ ଜଣଙ୍କର ରିପୋର୍ଟ୍ ପଜିଟିଭ ଆସିଥିବା ମେଡିକାଲ୍ ସୂତ୍ରରୁ ପ୍ରକାଶ । କେସିଙ୍ଗାରୁ ୨ ଜଣ ଓ ବେଲଖଣ୍ଡିରୁ ଜଣେ ବୋଲି ଜଣାପଡିଛି । ଏଠାରେ ପ୍ରକାଶ ଥାଉ କି ଗତ ୧୫ ତାରିଖରୁ ୧୮ ବର୍ଷରୁ ଅଧିକ ସମସ୍ତ ଜନସାଧାରଣଙ୍କୁ ସରକାରଙ୍କ ତରଫରୁ ମାଗଣାରେ କୋଭିଡ ବୁଷ୍ଟର ଡୋଜ ଟୀକା ଦିଆଯାଉଛି । ସମସ୍ତ ଜନସାଧାରଣ ମେଡିକାଲ୍ ଆସି ବୁଷ୍ଟର୍ ଡୋଜ୍ ନେବା ପାଇଁ ମେଡିକାଲ୍ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।