କୋକସରା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଜି କୋକସରା ବ୍ଲକ ଗସ୍ତ ସମୟରେ କଲାହାଣ୍ଡି ଜିଲ୍ଲାପାଳ କୋକସରା 5t ରୂପାନ୍ତରିତ ସ୍ମାର୍ଟ ସ୍କୁଲ ଭିତ୍ତି ଭୂମି ପରଖି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ର ର ବିଭିନ୍ନ ବିଭାଗ ବୁଲି ସ୍ଥିତି ପରଖି ସ୍ୱାସ୍ଥ୍ୟ ଅଧିକାରୀ ଓ ବିପି ଏମ ଓ ଙ୍କୁ ତାଗିଦ କରିଥିଲେ । ବ୍ଲକ୍‌ ସଭା ଗୃହ ପରିସରରେ ଆଜି ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ପି ଅନ୍ଵେଷା ରେଡି ଯୋଗଦେଇ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା 438ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶକ୍ୟ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେକେତେକ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଉପସ୍ଥାପିତ ହୋଇଥିଲା । ଅଭିଯୋଗ ଶିବିରରେ ଜମିବାଡ଼ି ପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା, ଘରବାରି ପଟ୍ଟା , ଡ୍ରେନେଜ ବ୍ୟବସ୍ଥା, ପଡ଼ିଏସ ଗୋଦାମ ଗୃହ, ବନ୍ଦ ହୋଇଥିବା ସ୍କୁଲ ଗୁଡିକୁ ପୁନର୍ବାର ଖୋଲାଯିବା ପାଇଁ ଜନସାଧାରଣ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ ଗୁଡ଼ିକ ଶୁଣିବା ପରେ ଏଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ପି ଅନ୍ଵେଷା ରେଡି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଧୀରଜ କୁମାର ଚାପେଦାର , ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ବିଡିଓ ମନୀଷା ଦାସ,ତହସିଲଦାର ମନୋଜ ପାଢ଼ୀ, ବ୍ଲକ ଅଧ୍ୟାକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ତତ୍ତ୍ୱଦର୍ଶି ଦାସ, ସମେତ ବିଭିନ୍ନ ବିଭାଗ ରୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କୋକସରା ବ୍ଲକ ବି ଏସ ଏସ ଓ ଦୀପକ ବେହେରା, ଜିପିଓ ନାରାୟଣ ଭୋଇ ସମେତ ବ୍ଲକ ର କର୍ମଚାରୀ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.