ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା ଓ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ନୂତନ ବିଡ଼ିଓ ଭାବରେ ବାସନ୍ତୀ ସେଠୀ ଯୋଗଦାନ କରିଛନ୍ତି । ତାଙ୍କୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି , ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଏବିଡ଼ିଓ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷୀତିଶ ନାଏକ, ସେକ୍ସନ ଅଫିସର ଦିଗ ପଧାନ, ସମସ୍ତ ଯନ୍ତ୍ରୀ, ସମସ୍ତ ପିଇଓ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନେ ନୂଆ ବିଡ଼ିଓଙ୍କୁ ବ୍ଲକ ସମ୍ମେଳନ କକ୍ଷରେ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ଅଳ୍ପ ସମୟର ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚୟ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ଶ୍ରୀମତୀ ସେଠୀ ଏହାପୂର୍ବରୁ କର୍ଲାମୁଣ୍ଡା ତହସିଲଦାର ଭାବରେ କାର୍ଯ୍ୟ କରୁଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲାର ବିଡ଼ିଓ ପଦବୀ ଗତ ୨୦୨୧ ଅଗଷ୍ଟ ମାସରୁ ଖାଲି ହୋଇ ପଡ଼ିଥିଲା । କୋଭିଡ ସମୟ ୨୦୨୦/୨୦୨୧ ରେ ଡ଼. ବ୍ୟାସଦେବ ବେହେରା ରହି କାର୍ଯ୍ୟ କରିଥିବା ବେଳେ ତାଙ୍କ ପରେ ଯୁଧିଷ୍ଠିର ନାଏକ ବିଡ଼ିଓ ପାଖାପାଖି ଗୋଟିଏ ବର୍ଷ ରହିଲେ ନର୍ଲାରେ । ସେ ୨୦୨୧ ଅଗଷ୍ଟ ରେ ଚାଲିଯିବା ପରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ବିଡ଼ିଓ ଦାୟିତ୍ୱରେ ରହି ଉଭୟ ତହସିଲ ଓ ବ୍ଲକ ଅଫିସ କଥା ବୁଝୁଥିଲେ । ଗତ ମାସରେ ଗୋଟିଏ ମାସପାଇଁ ତହସିଲଦାର ଶ୍ରୀ ତ୍ରିପାଠୀ ଟ୍ରେନିଂ ନେବାପାଇଁ ଭୁବନେଶ୍ୱର ଚାଲିଯିବାରୁ ମ.ରାମପୁର ବିଡ଼ିଓ ନର୍ଲା ଚାର୍ଜରେ ରହିଥିଲେ । ଏବେ ନର୍ଲା ପାଇଁ ଜଣେ ସ୍ଥାୟୀ ବିଡ଼ିଓ ଆସି ଆଜି କାର୍ଯ୍ୟରେ ଯୋଗଦାନ କରିଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.